ମଣ୍ଡଳ ସ୍ତରୀୟ ପେନସନ୍ ମେଳା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ପେନସନ ମେଳା ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପେନସନ ମେଳାରେ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ବଳଦେବ ପ୍ରସାଦ ଜେନା ଓ ରଞ୍ଜନ କୁମାର ରାଉତରାୟ, ନିମ୍ନମାଧ୍ୟମିକ ଶିକ୍ଷକ ସଙ୍ଘ ସଭାପତି ରାଜେନ୍ଦ୍ର ପ୍ରସାଦ ରାଉତ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ଅବସରକାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ କାମନା କରିଥିଲେ। ଏହି ଅବସରରେ ଅବସରଗ୍ରହଣ କରିଥିବା ନରିଲୋ ୟୁପିସ୍କୁଲର ସହକାରୀ ଶିକ୍ଷୟତ୍ରୀ ରେଶ୍ମିନୀ ରାଉତ, ଶିକ୍ଷକ ବିଜୟ କୁମାର ନାୟକ, ଅଧିକାରୀ ନିତ୍ୟାନନ୍ଦ ଦାସ, ଅନୁପମା ମିଶ୍ର, ଶୁକାନ୍ତି ମଲ୍ଲ, ସୁଧାଂଶୁଶେଖର ସାମଲ, ଶୁକାନ୍ତିଲତା ଜେନା, ସ୍ୱର୍ଣ୍ଣଲତା ନାୟକ ପ୍ରମୁଖଙ୍କୁ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ମନ୍ତ୍ରୀ ପୁଷ୍ପଗୁଛ, ଉତ୍ତରୀୟ ଓ ପେନସନ ମଞ୍ଜୁରୀ ପତ୍ର ପ୍ରଦାନ କରି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ବିଜ୍ଞାନ କୁମାର ମହାନ୍ତି, ନବକିଶୋର ଦାସ, ସୂର୍ଯ୍ୟମଣୀ ବିଶ୍ୱାଳ, ସୁଜିତ କୁମାର ରାଉତ, ପ୍ରମୋଦ କୁମାର ମଲ୍ଲ, ପ୍ରଦୀପ କୁମାର ବିଶ୍ୱାଳ, ନୁରଜାହାଁ ନାୟକ, ପ୍ରିୟଙ୍କା ଭଦ୍ର, ଶୁଭଶ୍ରୀ ପ୍ରିୟଦର୍ଶିନୀ ଜେନା, ମାନସ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ