ବିଶିଷ୍ଟ ବ୍ୟବସାୟୀ ବାବାଜୀ ସାହୁଙ୍କ ପରଲୋକ
ନାଉଗାଁ ,(ପ୍ରଦୋଷ ମହାନ୍ତି ): ଜଗତସିଂପୁର ଜିଲ୍ଲା ନାଉଗାଁ ବ୍ଲକ ଜାମୁଗାଁ ପଞ୍ଚାୟତର ଜାମୁଗାଁ ଗ୍ରାମର ବାବାଜୀ ସାହୁ (୭୩) ଙ୍କର ସୋମବାର ତାଙ୍କ ବାସଭବନ ରେ ପରଲୋକ ଘଟିଛି । ସେ ଦୀର୍ଘ ୪୦ ବର୍ଷ ହେବ କଣ୍ଟୁଣିଆ ବଜାର ରେ ବ୍ୟବସାୟ କରି ଆସୁଥିଲେ | ସବୁ ଦିନପରି ସେ ରାତିରେ ଖାଇସାରି ଶୋଇ ଥିବା ଅବସ୍ଥା ରେ ଶ୍ୱାସଜନିତ କାରଣ ରୁ ମୃତ୍ୟୁ ବରଣ କରିଛନ୍ତି | ତାଙ୍କର ମୃତ୍ୟୁ ଖବର ପାଇବା ପରେ ନାଉଗାଁ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି | ତାଙ୍କର ମୃତ୍ୟୁରେ କଣ୍ଟୁଣିଆ ବଜାର କମିଟିର ସଭାପତି ସୁକାନ୍ତ ମହାନ୍ତି ଙ୍କ ଦ୍ୱାରା ଶୋକସଭା କରାଯାଇ ଦିନକ ପାଇଁ ବଜାର ବନ୍ଦ କରାଯାଇଥିଲା | ସେ ଜଣେ ମିଷ୍ଟଭାଷୀ ପରୋପକାରୀ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ବିଜେପି ଜିଲ୍ଲା ସଭାପତି ପ୍ରତାପ ମିଶ୍ର , ଜାମୁଗାଁ ପୂର୍ବତନ ସରପଞ୍ଚ ଲଲାଟେନ୍ଦୁ ପରିଡା , ତିହୁଡା ଗୁରୁକୃପା କୁଟୀରର ବାବା ସତ୍ୟାନନ୍ଦ ଦାସ, ଅଜିତ ରାୟ , ଭୋଳାନାଥ ପରିଡା , ସୁକୁଟା ସାହୁ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା | ପୁଅ କୃଷ୍ଣଚନ୍ଦ୍ର ସାହୁ ମୁଖାଗ୍ନି ଦେଇଥିବା ବେଳେ ଦୁଇ ଝିଅ ନାତି ନାତୁଣୀ ପରିବାର ବର୍ଗ ବନ୍ଧୁ ପ୍ରିୟଜନ ଉପସ୍ଥିତ ଥିଲେ |


