ମେଧା ଆୱାର୍ଡ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
ଧାମନଗର (ଓ୍ବାଇଏନଏସ): ପୂଜ୍ୟପୂଜା ସଂସଦ ଧୂଷୁରୀ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ପୂଜ୍ୟପୂଜା “ମେଧା ଆୱାର୍ଡ” କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ସଂସଦ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଧାମନଗର ବ୍ଲକ ରେ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ଏ ୱାନରେ ଉତ୍ତୀର୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କ ସହିତ ତାଙ୍କ ମୁରବି ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିବାର ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ ଶିକ୍ଷାବିତ୍ ତଥା ପୂଜ୍ୟ ପୂଜା ସଂସଦର ସ୍ଥାୟୀ ସଭାପତି ବାବାଜୀ ଚରଣ ପଣ୍ଡାଙ୍କ ସଭାପତିତ୍ୱରେ ସଂସଦର ପ୍ରତିଷ୍ଠାତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦିପ ମଲ୍ଲିକ,ସଂସଦର ସମ୍ପାଦକ ଅକ୍ଷୟ କୁମାର ହୋତା,ରମାକାନ୍ତ ପରିଡ଼ା,ଦୟାନିଧି ମିଶ୍ର,ଡାକ୍ତର ଗିରିଶ ଚନ୍ଦ୍ର ନାୟକ,ବିଜୟ ନାରାୟଣ ମିଶ୍ର,ଅନିଲ ଦାସ,ସରପଞ୍ଚ ନରେନ୍ଦ୍ର ନାରାୟଣ ନାୟକ,ପୂର୍ଣ୍ଣ ଚନ୍ଦ୍ର ନାୟକ,ଉମେଶ ତ୍ରିପାଠୀ, ରତ୍ନାକର ବେହୂରିଆ,ସୁରେନ୍ଦ୍ର ରାଉତ,ବ୍ରଜେନ୍ଦ୍ର ମହାନ୍ତି,ଅମୂଲ୍ୟ ସାଏନ୍ତ, ଜଗତାନନ୍ଦ୍ ସେଠୀ,ରାଜେନ୍ଦ୍ର ପଲାଇ, ବିଜୟ ସାହୁ,ରଘୁନାଥ ସ୍ୱାଇଁ,ସାନ୍ତନୁ ପଲାଇ ପ୍ରମୁଖ ଯୋଗଦେଇ ଚଳିତ ମାସ ୧୨ତାରିଖରେ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ବ୍ୟାପକ ଆଲୋଚନା ସହିତ ନିଜ ନିଜର ବକ୍ତବ୍ୟ ରଖିଥିଲେ।


