ଧାମନଗର ବ୍ଲକ କଂଗ୍ରେସ ଭାପତି ରମେଶଙ୍କ ଇସ୍ତଫା
ଧାମନଗର (ଓ୍ବାଇଏନଏସ): ଧରାମନଗର ବ୍ଲକ କଂଗ୍ରେ କମିଟିର ସଭାପତି ତଥା ଆଇନଜୀବୀ ରମେଶ ଚନ୍ଦ୍ର ବେହେର ଦୀର୍ଘ ଦିନ ପରେ ବ୍ଲକ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନିକଟକୁ ପଠାଇ ଦେଇଥିବା ସୂଚନା ଦେଇଛନ୍ତି। ରମେଶଙ୍କ ଇସ୍ତଫା ଦଳ ମଧ୍ୟରେ ନିରବ ଝଡ଼ ସୃଷ୍ଟି କରିଛି। ପିସିସି ସଭାପତି ଭକ୍ତଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ରମେଶ ଉଲ୍ଲେଖ କରିଛନ୍ତି ଯେ ପାଳସାହି ପଞ୍ଚାୟତରୁ ଏକାଧିକବାର ଲୋକ ପ୍ରତିନିଧି ନିର୍ବାଚିତ ହେବା ସହ ସେ ୨୦୦୯ ଠାରୁ ବ୍ଲକ କଂଗ୍ରେସର ଜଣେ ସକ୍ରିୟ ନେତୃତ୍ବ ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ। କଂଗ୍ରେସ ଦଳକୁ ସଙ୍ଗଠିତ କରିବା ପାଇଁ ସେ ଦିନରାତି ଏକ କରି କାର୍ଯ୍ୟ କରିବା ପରେ ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ରଞ୍ଜନ ବେହେରା ୭ ହଜାରରୁ ଅଧିକ ଭୋଟ ପାଇବା ପାଇଁ ସକ୍ଷମ ହୋଇଥିଲେ। ଦଳକୁ ସଙ୍ଗଠିତ କରିବା ସହ ସମସ୍ତଙ୍କୁ ସାଥୀରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଦେଇ କାମ କରୁଥିବା ବେଳେ କେତେକ ସୁବିଧାବାଦୀଙ୍କ ବିଶ୍ବାସଘାତକତା ପାଇଁ ଧାମନଗରରେ କଂଗ୍ରେସ ବାରମ୍ବାର ବିଫଳ ହେଉଛି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏଭଳି ସମସ୍ୟା ମଧ୍ୟରେ ସେ ବ୍ଲକ କଂଗ୍ରେସ ସଭାପତି ଦାୟିତ୍ବରୁ ଅବ୍ୟାହତି ପାଇଁ ନିଷ୍ପତ୍ତ ନେଇଥିବା ସେ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ବୋଲି ସୂଚନା ମିଳିଛି।


