ପୋଲିସର ସାଇକେଲ ଯାତ୍ରା
ବାଲେଶ୍ବର(ସରୋଜ ପଣ୍ଡା): ୧୯୪୨ମସିହା ଜୁନ ସାତ ତାରିଖରେ ଜାତିର ଜନକ ମହାତ୍ମା ଗାନ୍ଧୀ ବ୍ରିଟିଶ ସରକାର ଙ୍କୁ ଦେଶ ଛାଡି ଚାଲିଯିବା ପାଇଁ ‘ଭାରତ ଛାଡ଼ ‘ଆନ୍ଦୋଳନ ର ଆରମ୍ଭ କରିଥିଲେ। ସାରା ଦେଶ ରେ ସ୍ୱାଧୀନତା ସଂଗ୍ରାମୀ ମାନେ ବାପୁ ଙ୍କ ଡାକରା ରେ ଏହି ଆନ୍ଦୋଳନ ରେ ସାମିଲ ହୋଇ ଦେଶ ବ୍ୟାପି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ ଡାକରା ର ଆଜି ୮୩ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପୋଲିସ ବାହିନୀ ପକ୍ଷରୁ ଶତାଧିକ ଚାରା ରୋପଣ କରାଯାଇଥିବା ବେଳେ ସକାଳ ସାତ ଟା ରେ ଜିଲ୍ଲା ରିଜର୍ଭ ପୋଲିସ ପଡିଆ ଠାରୁ ପୋଲିସ କର୍ମଚାରୀ ମାନଙ୍କର ଏକ ସାଇକେଲ ମାରାଥନ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଙ୍କ ସମେତ ଡି ଏସପି ପ୍ରଜ୍ଞା ମହାନ୍ତି, ରିଜର୍ଭ ପୋଲିସ ବାହିନୀ ର ସହକାରୀ କମାଣ୍ଡାଣ୍ଟ ପ୍ରମୁଖ ସାମିଲ ହୋଇଥିଲେ। ରିଜର୍ଭ ପୋଲିସ ପଡିଆ ରୁ ସାଇକେଲ ରାଲି ବାହାରିପୋଲିସ ଲାଇନ ଛକ, ଷ୍ଟେସନ ଛକ, ଫାଣ୍ଡି ଛକ, ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଛକ, ଏ ଡ଼ିଏମ ଛକ, କଣ୍ଢେଇ ଛକ ବାଟ ଦେଇ ପୁନର୍ବାର ପୋଲିସ ରିଜର୍ଭ ପଡିଆ ରେ ରାଲି ର ସମାପ୍ତି ହୋଇଥିଲା।


