ମୁଣ୍ଡବିନ୍ଧା ଦୂର କରେ ଗୋଲାପ ଜଳ
ଗୋଲାପ ଜଳ ଆମର ଅନେକ ପ୍ରକାରର ଉପକାରରେ ଆସିଥାଏ । । ଏହାକୁ ଆପଣ ବଜାରରୁ କିଣି ପାରିବେ । ନତୁବା ନିଜେ ଘରେ ତିଆରି କରିପାରିବେ । ୪-୫ଟି ଗୋଲାପ ଫୁଲକୁ ନେଇ ଏହାର ପାଖୁଡ଼ା ଅଲଗା କରି ଦୁଇ କପ୍ ପାଣିରେ ସିଝାନ୍ତୁ । ଏହା ଏକ କପ୍ ମାତ୍ରା ହୋଇ ଆସିବା ପରେ ଥଣ୍ଡା ହେବାକୁ ଦିଅନ୍ତୁ । ଏହାପରେ ଏହାକୁ ବୋତଲରେ ଭରି କରି ରଖନ୍ତୁ । ଏହା ଆମର ଅନେକ ପ୍ରକାରର ସମସ୍ୟାକୁ ଚୁଟକିରେ ସମାପ୍ତ କରିଥାଏ ।
-ଆଖି ତଳର କଳାଦାଗକୁ ସଫା କରିବାକୁ ଗୋଲାପ ଜଳରେ ତୁଳା ବୁଡ଼ାଇ ଏହି ସ୍ଥାନକୁ ଧୀରେ ଧୀରେ ରଗଡ଼ନ୍ତୁ । ୧୫ ମିନିଟ୍ ପର୍ଯ୍ୟନ୍ତ ଏପରି କରିବାପରେ ଏହି ସ୍ଥାନକୁ ଧୋଇ ଦିଅନ୍ତୁ । ଦେଖିବେ ଦାଗ ଧୀରେ ଧୀରେ ଚାଲିଯିବ ।
-ଚେହେରାରେ ଆସୁଥିବା ଝୁରିଆପଣକୁ ଦୂର କରିବା ପାଇଁ ତୁଳାରେ ଗୋଲାପ ଜଳକୁ ଭିଜାଇ ମୁହଁରେ ହାଲୁକା ଭାବେ ମାଲିସ କରନ୍ତୁ । ୧୫ ମିନିଟ୍ ପରେ ମୁହଁକୁ ଭଲ ଭାବେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଚେହେରାରେ ରୋନକ୍ ଆସିବା ସହିତ ଝୁରିଆପଣ ଦୂର ହୋଇଯିବ ।
– ଅତ୍ୟଧିକ ଶୀତ ଏବଂ ଅତ୍ୟଧିକ ଗରମ ଯୋଗୁଁ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଏ, ତେଣୁ ଆପଣ ଏକ ରୁମାଲ ନେଇ ଏହାକୁ ଗୋଲାପ ଜଳରେ ଭିଜାଇ ଅଧଘା ପର୍ଯ୍ୟନ୍ତ ମୁଣ୍ଡ ଉପରେ ରଖନ୍ତୁ, ଏହାଦ୍ୱାରା ଆପଣଙ୍କୁ ବହୁତ ଆରାମ ମିଳିବା ସହିତ ଥଣ୍ଡା ବି ଲାଗିବ ।
-ଯଦି ଆପଣ ରାତିରେ ଶୋଇବା ପୂର୍ବରୁ କିଛି ଗୋଲାପ ଜଳ ଆଖିରେ ପକାନ୍ତି, ତେବେ ଆପଣଙ୍କୁ ନିଦ ଭଲ ହେବା ସହିତ ଆଖିର ଜ୍ୟୋତି ବଢିବ ଏବଂ ଆଖିକୁ ଆରାମ ମିଳିବ । ଆଖି ପୋଡ଼ୁଥିଲେ ତୁଳାରେ ଗୋଲାପ ଜଳ ଭିଜାଇ ଆଖି ଉପରେ ଏହି ତୁଳାକୁ କିଛି ସମୟ ରଖନ୍ତୁ, ଯାହାଦ୍ୱାରା ଆଖିକୁ ଥଣ୍ଡା ମିଳିବ ।
-ଗୋଲାପ ଜଳକୁ ନିୟମିତ ଭାବେ ବ୍ୟବହାର କଲେ ମୁହଁରୁ ଧୂଳି ମଳି ବାହାରି ଯିବା ସହିତ ବ୍ରଣ ଆଦି ମଧ୍ୟ ଚାଲିଯିବ ।
-ଗୋଲାପ ଜଳକୁ କେଶରେ ଲଗାଇବା ଦ୍ୱାରା କେଶ ମୁଲାୟମ ହୁଏ ଓ ମୁଣ୍ଡରୁ ରୂପି ଦୂର ହୁଏ । ତେବେ ରାତିରେ ଗୋଲାପ ଜଳକୁ କେଶରେ ମାରନ୍ତୁ । ସକାଳୁ ଶାମ୍ପୁ କରିଦିଅନ୍ତୁ ।
-ଯଦି କାନ ପୀଡ଼ା ହେଉଥାଏ, ତେବେ କିଛି ବୁନ୍ଦା ଗୋଲାପ ଜଳ କାନରେ ପକାନ୍ତୁ, ଏହାଦ୍ୱାରା ବହୁ ଫାଇଦା ମିଳିବ ।


