ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା: ଉପକୃତ ହେବେ ଆସିକାର ଲକ୍ଷାଧିକ ହିତାଧିକାରୀ
ଆସିକା (ୱାଇଏନ୍ଏସ୍) :ଖାଦ୍ୟ ସୁରକ୍ଷାର ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ଲୋକାଭିମୁଖୀ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଆସିକା ବ୍ଳକ ପରିସରଭୁକ୍ତ ୨୭ଟି ପଞ୍ଚାୟତ ଓ ପୌର ପରିଷଦ ଅଧୀନସ୍ଥ ୧୮ଟି ୱାର୍ଡର ସମୂଦାୟ ୧ ଲକ୍ଷ ୩୬ ହଜାର ୯୪୪ ଜଣ ହିତାଧିକାରୀ ଉପକୃତ ହେବେ ବୋଲି ଯୋଗାଣ ନୀରିକ୍ଷକ ସର୍ମିଷ୍ଟା ଦଳବେହେରା ସୂଚନା ଦେଇଛନ୍ତି । ହିତାଧିକାରୀମାନଙ୍କୁ ୫ କିଲୋ ବଦଳରେ ଗତ ଏପ୍ରିଲ ପହିଲାରୁ ୧୦ କିଲୋ ଲେଖାଏଁ ଚାଉଳ ସଂପୁର୍ଣ୍ଣ ନିଃଶୁଳ୍କ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀମାନେ ପାଇବେ ଏହି ଅତିରିକ୍ତ ୫ କିଲୋ ଚାଉଳ । ଆସିକା ବ୍ଳକ ପରିସରଭୁକ୍ତ ୨୭ଟି ଗ୍ରାମ ପଞ୍ଚାୟତର ୩୭ ହଜାର ୧ ପରିବାରବର୍ଗଙ୍କ ୧ ଲକ୍ଷ ୨୫ ହଜାର ୯୭୪ ହିତାଧିକାରୀ ଏବଂ ପୌର ପରିଷଦ ଅଧୀନସ୍ଥ ୧୮ଟି ୱାର୍ଡର ୩୮୫୪ ପରିବାରବର୍ଗଙ୍କ ୧୦୯୭୦ ହିତାଧିକାରୀଙ୍କୁ ମିଶାଇ ଏହିଭଳି ସମୂଦାୟ ୪୧୪୫୫ ପରିବାରବର୍ଗଙ୍କ ୧ ଲକ୍ଷ ୩୬ ହଜାର ୯୪୪ ଜଣ ହିତାଧିକାରୀ ଉପକୃତ ହେବେ । ଗତ ଏପ୍ରିଲ ମାସ ଠାରୁ ଏହି ବର୍ଦ୍ଧିତ ଚାଉଳ ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନେ ଏଣିକି ଅଧିକ ୫ କିଲୋ ଲେଖାଏଁ ଚାଉଳ ମାଗଣାରେ ପ।।ଇବେ । ହିତାଧିକାରୀମାନେ ଯେତିକି ଚାଉଳ ବର୍ତ୍ତମାନ ପାଉଛନ୍ତି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଅତିରିକ୍ତ ୫ କିଲୋ ଚାଉଳ ପାଇବେ । ଆଗରୁ ହିତାଧିକାରୀମାନଙ୍କୁ ମୁଣ୍ଡପିଚ୍ଛା ୫ କିଲୋ ଚାଉଳ ମାଗଣାରେ ମିଳୁଥିଲା । ଏବେ ଆଉ ଅତିରିକ୍ତ ୫ କିଲୋ ଚାଉଳ ନିଃଶୁଳ୍କ ଭାବେ ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଉପକୃତ ହେଉଥିବା ହିତାଧିକାରୀମାନଙ୍କୁ ବକେୟା ଥିବା ୩ ମାସର ଅତିରିକ୍ତ ଚାଉଳ ଦିଆଯିବ ବୋଲି ଜଣାପଡିଛି । ରାଜ୍ୟ ସରକାର କାର୍ଯ୍ୟକାରୀ କରିିଥିବା ଜନକଲ୍ୟାଣକାରୀ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ଅଧିକ ୫ କିଲୋ ଲେଖାଏଁ ଚାଉଳ ପ୍ରତି ମାସରେ ସଂପୁର୍ଣ୍ଣ ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ମୁଣ୍ଡପିଚ୍ଛା ଅତିରିକ୍ତ ୫ କିଲୋ ଲେଖାଏଁ ଚାଉଳ ଯୋଗାଣ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳୁଛି ।


