ଚିନିଶିଳ୍ପ ନୁଆଗାଁ କୃଷ୍ଣନଗର ସାହିରେ ଅଷ୍ଟପ୍ରହର ନାମଯଜ୍ଞ
ଆସିକା (ୱାଇଏନ୍ଏସ୍) : ଆସିକା ନିକଟସ୍ଥ ଚିନିଶିଳ୍ପ ନୁଆଗାଁର କୃଷ୍ଣନଗର ସାହିରେ ମଳ ଜ୍ୟେଷ୍ଟ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ରଜ ଅବସରରେ ବିଶ୍ୱ କଲ୍ୟାଣ ନିମିତ୍ତ ଅଷ୍ଟପ୍ରହର ନାମଯଜ୍ଞ ଶନିବାର ଠାରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି । ଏହି ଅବସରରେ ଆଜି ପୂର୍ବାହ୍ନରେ ଗ୍ରାମର ମା ଦଣ୍ଡକାଳୀ ମନ୍ଦିର ନିକଟସ୍ଥ ପୋଖରୀରେ ପୂଜାର୍ଚ୍ଚନା ସାରି ବହୁ ପୁରୁଷ ଓ ମହିଳା ଏକ କଳସଯାତ୍ରାରେ ବାହାରି ଗ୍ରାମ୍ୟ ପରିକ୍ରମା କରି ନାମଯଜ୍ଞ ସ୍ଥଳରେ ପହଞ୍ଚିିଥିଲେ । ରବିବାର ପୂର୍ବାହ୍ନରେ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ନାମଯଜ୍ଞ ଆରମ୍ଭ ହୋଇଥିଲା ବେଳେ ଏହି ନାମଯଜ୍ଞରେ ଚିନିଶିଳ୍ପ ନୁଆଗାଁ (ଜୟ ଜଗନ୍ନାଥ), ଚିନିଶିଳ୍ପ ନୁଆଗାଁ (କୃଷ୍ଣନଗର), ଭେଟନଇ, ଦାସନାପଲ୍ଲୀ ଗ୍ରାମର ନାମ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଛି । ଆସନ୍ତା କାଲି ଅର୍ଥାତ୍ ସୋମବାର ଦିନ ନାମଯଜ୍ଞ ସଂପନ୍ନ ପରେ ପୂର୍ଣ୍ଣାହୁତି, ନଗର ପରିକ୍ରମା, ସହ ପ୍ରସାଦ ସେବନର ଆୟୋଜନ କରାଯାଉଥିବା ଆୟୋଜକଙ୍କ ସୂତ୍ରର ଜଣାପଡିଛି । ଏହି ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ସଭାପତି ଘନଶ୍ୟାମ ଲେଙ୍କା, ସଂପାଦକ ବିଶ୍ୱନାଥ ସାହୁ ଓ ହାଡୁବନ୍ଧୁ ସ୍ୱାଇଁ, ଶ୍ରଦ୍ଧାଳୁ ଭକ୍ତ ବସନ୍ତ କୁମାର ସ୍ୱାଇଁ, କିଶୋର ଜେନା, ସୁଦର୍ଶନ ନାହାକ, ସୁଶିଲ୍ ଲେଙ୍କା, ଦଣ୍ଡପାଣି ସ୍ୱାଇଁ, ଗୋପୀନାଥ ସ୍ୱାଇଁ, ଅନ୍ତର୍ଯ୍ୟାମୀ ସ୍ୱାଇଁ, ଚନ୍ଦନ ବାରିକ, ଆଲୋକ ପରିଡା, ରମେଶ ସ୍ୱାଇଁ, ସଂଗ୍ରାମ ନାହାକ, ମୁନା ନାହାକ, କାଳିଆ ପାତ୍ର, ଜଗା ଜେନା, ରାଜେନ୍ଦ୍ର ପାତ୍ର, ଟୁକୁ ସ୍ୱାଇଁ, ସୁବାସ ପାତ୍ର, ସତ୍ୟବାନ୍ ବିଶ୍ୱାଳ, ମଙ୍ଗୁଳୁ ଭଂଜ, ଭାଗିରଥୀ ସ୍ୱାଇଁ, ଘନଶ୍ୟାମ ରାଉତ, ସନ୍ତୋଷ ପାତ୍ର, ଶରତ ସ୍ୱାଇଁ, ବନ୍ୟା ନାହାକ, ଅନିଲ୍ ନାହାକ, ପଞ୍ଚାନନ ପାତ୍ର, ପଞ୍ଚୁ ବାରିକ, ବଲୁ ବାରିକ, କାଳିଆ କାମ୍ପ, ବିଭୁତି ସ୍ୱାଇଁ, କାଳିଆ ପରିଡା, ଆକାଶ ପାତ୍ର, ଶୁଭମ୍ ପାତ୍ର, କିଶାନ୍ ସ୍ୱାଇଁ, ଶିବରାମ ସ୍ୱାଇଁ, ସ୍ୱରାଜ୍ୟ ସ୍ୱାଇଁ, ଗୌରୀ ବାରିକ, ପଞ୍ଚୁ ବିଶ୍ୱାଳଙ୍କ ସମେତ ବହୁ ଆଧ୍ୟାତ୍ମିକପ୍ରେମୀ ଓ ସାହିବାସିନ୍ଦା ସହଯୋଗ କରୁଥିବା ବେଳେ ନାମଯଜ୍ଞ ଶ୍ରବଣ କରିବାକୁ ଚିନିଶିଳ୍ପ ନୁଆଗାଁ ତଥା ଏହାର ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମୁଥିବା ଲକ୍ଷ୍ୟ କରାଯାଇଛି । ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ଦୀର୍ଘ ୩୨ ବର୍ଷ ଧରି ଚିନିଶିଳ୍ପ ନୁଆଗାଁର କୃଷ୍ଣନଗର ସାହିବାସିନ୍ଦାଙ୍କ ପକ୍ଷରୁ ଏଭଳି ଅଷ୍ଟପ୍ରହର ନାମଯଜ୍ଞ ଆୟୋଜନ କରାଯାଉଥିବା ଜଣାପଡିଛି ।


