ପଞ୍ଚୁଗୋଛିଆ ଗ୍ରାମରେ ଟାଙ୍ଗିଆ ଚୋଟରେ ଜଣେ ଗୁରୁତର

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଆନନ୍ଦପୁର ଥାନା ପଞ୍ଚୁଗୋଛିଆ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗ୍ରାମର  ଭଞ୍ଜ ସାହୁଙ୍କ ପୁଅ ମାନସ ସାହୁକୁ ସେହି ଗାଁର ଜଣେ ଯୁବକ ଅତର୍କିତ ଆକ୍ରମଣ ସହ  ଏକ ଟାଙ୍ଗିଆ ସାହାଯ୍ୟରେ ହାଣି ପକାଇଥିଲା। ଗୁରୁତର ମାନସ କୁ ଆନନ୍ଦପୁର ମେଡିକାଲ ରେ ଭର୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା  ଗୁରୁତର ହେବାରୁ  ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆଜି ସକାଳୁ ମାନସ ଦାଣ୍ଡରେ ବସି ଥିବା ସମୟରେ  ସେହି ଗାଁର କାଳିଆ ଦଳେଇ ହଠାତ ଆକ୍ରମଣ କରି ମାନସର ମୁଣ୍ଡ, ହାତ ଓ କlନ୍ଧକୁ ହାଣି ପକାଇ ଥିଲା। ପରିବାର ଲୋକଙ୍କ ସହ ମିଶି ଗାଁଲୋକେ କାଳିଆକୁ କାବୁ କରି ଆନନ୍ଦପୁର ପୋଲିସକୁ ହସ୍ତାନ୍ତର କରିଛନ୍ତି। ଆକ୍ରମଣ ର କାରଣ ଜଣା ପଡିନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ