ପ୍ରଧାନ ଆଚାର୍ଯ୍ୟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ କାର୍ଯ୍ୟରତ ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ରଙ୍କ ଅନ୍ୟତ୍ର ବଦଳି ହୋଇଯାଇଥିବା ଯୋଗୁଁ ତାଙ୍କୁ ବିଦ୍ୟାଳୟ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଶା ଶିକ୍ଷା ବିକାଶ ସଂସ୍ଥାନଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ମହାପାତ୍ରଙ୍କୁ ରମ୍ଭା ବଦଳି କରାଯାଇଛି। ସେହିପରି ମହାପାତ୍ରଙ୍କ ସ୍ଥାନରେ ଟିକାବାଲି ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରୁ ବଦଳି ହୋଇ ଆସିଥିବା ସନ୍ତୋଷ୍ କୁମାର ବିଷୋୟୀଙ୍କୁ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଦାୟିତ୍ଵ ଅର୍ପଣ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠାନର ଉପଦେଷ୍ଟା ରବୀନ୍ଦ୍ର ନାଥ ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅନୁଷ୍ଠାନର ସଂପାଦକ ପବିତ୍ର କୁମାର ସାହୁ, ସହ ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ର, କୋଷାଧ୍ୟକ୍ଷ ଚିନଂ ରବୀନ୍ଦ୍ରନାଥ ସୁବୁଦ୍ଧି ଏବଂ ଫୁଲବାଣୀ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ ଉପସ୍ଥିତ ଥିଲେ । ବିଦାୟୀ ପ୍ରଧାନ ଆଚାର୍ଯ୍ୟଙ୍କ ମିଷ୍ଟ ବ୍ୟବହାର , ଶିକ୍ଷା ଓ କାର୍ଯ୍ୟଦକ୍ଷତା ଓ ସାଂଗଠନିକ ବ୍ୟବସ୍ଥାର ଭୂୟସୀ ପ୍ରଶଂସା କରାଯାଇଥିବା ବେଳେ ନୂତନ ପ୍ରଧାନାଚାର୍ଯ୍ୟ ଆଗାମୀ ଦିନରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପ୍ରତି ଧ୍ୟାନ ଦେବାକୁ ଗୁରୁତ୍ବ ଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ