କଲେଜରେ ଦ୍ୱାଦଶ ତମ ବିଶ୍ୱ ଯୋଗ ଦିବସ

ପୋଲସରା,(ଓ୍ବାଇଏନଏସ): ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଦ୍ଵାଦଶ ତମ ବିଶ୍ଵ ଯୋଗ ଦିବସ ୨୧/୬/୨୬ ତାରିଖ ଦିନ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବର୍ତ୍ତିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଣୀ  ବିଜ୍ଞାନ ବିଭାଗର ଅଧ୍ୟାପକ ମନୋଜ କୁମାର ସାହୁ ଯୋଗଦେଇଥିବା ବେଳେ କଲେଜର ପ୍ରିନ୍ସିପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ଓ ଏନସିସି ଅଫିସର ଲେପ୍ଟନାଣ୍ଟ ବିନତା କୁମାରୀ ଦାଶ ଉପସ୍ଥିତି ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମନୋଜ କୁମାର ସାହୁ ଏନସିସି ଛାତ୍ରୀମାନଙ୍କୁ ଯୋଗା ଅଭ୍ୟାସ ଶିକ୍ଷା ଦେବା ସଙ୍ଗେ ସଙ୍ଗେ ଯୋଗର ଉପକାରିତା ଓ ଲକ୍ଷ୍ୟ ସଂମ୍ପର୍କରେ ମାର୍ଗ ପ୍ରଦର୍ଶନ କରିଥିଲେ। ପ୍ରିନ୍ସିପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ଓ ଲେପ୍ଟନାଣ୍ଟ ବିନତା କୁମାରୀ ଦାଶ ଛାତ୍ରୀମାନଙ୍କୁ ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟା ସଠିକ୍ ହେବା ସହ ଧର୍ଯ୍ୟ , ସାହାସ ଓ ଶୃଙ୍ଖଳା ଜ୍ଞାନ ବଢ଼ିଥାଏ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଖେଳ ଅଧ୍ୟାପକ ଦିପକ କୁମାର ସ୍ୱାଇଁ, ଡେମୋନଷ୍ଟେଟର ସୁଜତା ରାଣୀ ବେହେରା, ଗଣିତ ଅଧ୍ୟାପିକା ସୁମିତା ରାଉତ ଯୋଗ ଦେଇ ପିଲାମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଶେଷରେ ଲେପ୍ଟନାଣ୍ଟ ବିନତା କୁମାରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ