ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା, ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ

ହାଟଡିହି (ଓ୍ବାଇଏନଏସ): ମୌଦା ନିକଟସ୍ଥ ବାଲିଆ କେନାଲ ପାଖରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ଏଯାବତ ମିଳୁନି ଯୁବତୀଙ୍କ ସଠିକ ପରିଚୟ। ନିକଟରୁ ମିଳିଥିବା ଭ୍ୟାନିଟ ବ୍ୟାଗରୁ ଯୁବତୀ ଜଣକ ବଙ୍ଗାଳି ସମ୍ପ୍ରଦାୟ ର ବୋଲି ଆଲୋଚନା ହେଉଛି। ଆଜି ସକାଳେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠା ଯାଇଛି। ସୂଚନା ଅନୁଯାୟୀ ସୋସୋ ଥାନା ଅଧିନସ୍ଥ ମୌଦା ଗାଁ ନିକଟସ୍ଥ ବାଲିଆ କେନାଲ ନିକଟ ଏକ ନିଛାଟିଆ ସ୍ଥାନରୁ ଜଣେ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଗତକାଲି ସନ୍ଧ୍ୟାରେ ଠାବ ହୋଇଥିଲା। ପୋଲିସ ରାତିସାରା ଶାବକୁ ଜଗି ରହିଥିଲା। ଯୁବତୀଙ୍କୁ ବାହାରୁ ଆଣି କେହି ହତ୍ୟାକରି ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି।  ଯୁବତୀ ଜଣକ ଡ୍ରେସ ଓ ଚୁଡିଦାର ପିନ୍ଧିଥିବା ବେଳେ ମୁଣ୍ଡରୁ ରକ୍ତ ଶ୍ରାବ ହେବା ସହିତ ତାଙ୍କ ବ୍ୟବହୃତ ଚପଲ ନିକଟରେ ପଡି ରହିଥିଲା। ସୋସୋ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏଯାବତ କୌଣସି ସ୍ପଷ୍ଟ ଚିତ୍ର ଆସି ପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ