ମା କୁତାମଚଣ୍ଡୀ ପୀଠରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ନାଉଗାଁ , (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗଳଧାରୀ ପଞ୍ଚାୟତ ଅନ୍ତର୍ଗତ ଏରଡ଼ା (ବାଲିସାହି)ଗ୍ରାମରେ ମା’ କୁତାମଚଣ୍ଡୀ ପୀଠରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହା ଜୁନ ମାସ ୨୨ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖରେ ପୂର୍ଣ୍ଣାହୁତି ହୋଇ ଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ପୂଜକ ବିଶ୍ୱଜିତ ଆଚାର୍ଯ୍ୟ ଥିବାବେଳେ ଗ୍ରାମର ପାଞ୍ଚ ଜଣ କର୍ତ୍ତା ଭାବରେ ବେଦବ୍ୟାସ ଆଚାର୍ଯ୍ୟ, ପ୍ରଦୀପ୍ତ ସ୍ୱାଇଁ , ମନୋରଞ୍ଜନ ଦାସ , ବାବୁଲି ସ୍ୱାଇଁ , ବିଦ୍ୟାଧର ନାୟକ ଆଦି ନିଷ୍ଠାର ସହକାରେ ଦାୟିତ୍ୱ ତୁଲାଉ ଥିଲେ । ଗ୍ରାମର ୧୦୮ ମହିଳା ଏକ ରଙ୍ଗର ଶାଢ଼ୀ ପରିଧାନ କରି କଳସ ଶୋଭାଯାତ୍ରାରେ କଳସ ଧରି ଦେବୀନଦୀର  ଏରଡ଼ା ଘାଟରୁ ପାଣି ଆଣି ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଥିଲେ ଏବଂ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଉତ୍ସବ ଚାରି ଦିନ ଧରି ଚାଲିବା ସହିତ ମହାଯଜ୍ଞ ର ପୂର୍ଣ୍ଣାହୁତି ମହା ଆଡମ୍ବରରେ ପାଳନ କରାଯାଇଥିଲା | ପ୍ରତ୍ୟେକ ଦିନ ସକାଳୁ ସୂର୍ଯ୍ୟପୂଜା କରାଯାଇ ପ୍ରତ୍ୟେକ ଦେବା ଦେବୀଙ୍କ ନାମରେ ଘୃତ ଆହୁତି କରାଯିବା ସହ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେଉଥିଲା । ଏହି ଉତ୍ସବରେ ମହାଯଜ୍ଞ ଦେଖିବା ଓ ବିଭୁକୃପା ଲାଭ କରିବା ପାଇଁ ସନ୍ଧ୍ଯା ସମୟରେ ଆଖାପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଥିଲା । ଗ୍ରାମବାସୀ ମାନଙ୍କ ସହଯୋଗରେ ଏତେ ବଡ ମନ୍ଦିର ଓ ବିଗ୍ରହ ସ୍ଥାପନ ଭଳି ଉତ୍ସବ ଚାରି ଦିନ ବ୍ୟାପି ମହା ସମାରୋହରେ ଆୟୋଜନ ହେଉଥିଲା | ଏହି ମହାନ କାର୍ଯ୍ୟକୁ ଗ୍ରାମର ପ୍ରତ୍ୟେକ ଯୁବକଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ଭବ ହୋଇ ପାରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ