ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ଅନୁଧ୍ୟାନ କଲେ ରାୟଗଡା ଡିଆରଏମ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ରେଳ ଷ୍ଟେସନକୁ ରାୟଗଡା ଡିଆରଏମ ଅମିତାଭ ସିଙ୍ଗଲ ଆଜି ପ୍ରଥମ ଗସ୍ତରେ ଆସି ପରିଦର୍ଶନ କରିବା ସହ ଅନୁଧ୍ୟାନ କରିଛନ୍ତି. ଏଠାରେ ଉଲ୍ଲେଖଯୋଗ୍ୟଯେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଏଥି ପୂର୍ବରୁ ବିଶାଖାପାଟଣା ଡିଭିଜନ ଅଧୀନରେ ରହିଥିଲା. ବର୍ତ୍ତମାନ ରାୟଗଡା ଡିଭିଜନ ଅଧୀନକୁ ଆସିବା ପରେ ପ୍ରଥମ କରି ରାୟଗଡ଼ା ଡିଆରଏମ ଅମିତାଭ ସିଙ୍ଗଲ ପାରଳାଖେମୁଣ୍ଡି ଆସି ରେଳ ଷ୍ଟେସନର ବିଭିନ୍ନ କାର୍ଯ୍ୟକୁ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି. ଗତ କିଛି ମାସ ତଳେ ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ଅତ୍ୟାଧୁନିକରଣ କରାଯାଇଥିଲା. ସେସବୁର ଅନୁଧ୍ୟାନ କରିବା ସହ ବାକି ରହିଥିବା କାର୍ଯ୍ୟ ଗୁଡିକୁ ତୁରନ୍ତ ସମାପନ କରିବା ପାଇଁ ଡିଆରଏମ ନିର୍ଦେଶ ଦେଇଥିଲେ. ତାଙ୍କର ଏହି ଗସ୍ତ ସମୟରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


