ଚିନିକଳକୁ ଆଧୁନିକୀକରଣ ପାଇଁ ଅନୁରୋଧ: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

ଆସିକା (ୱାଇଏନ୍‍ଏସ୍‍) :ଆସନ୍ତା ଜୁଲାଇ ମାସ ୪ ତାରିଖରେ କେନ୍ଦ୍ର ଗୃôହ ଓ ସମବାୟ ମନ୍ତ୍ରୀ ଅମିତ୍‍ ଶାହ ଓଡିଶା ଗସ୍ତରେ ଆସି ରାଜ୍ୟର ୩ଟି ପ୍ରମୁଖ ସମବାୟ ଚିନିକଳ (ନୟାଗଡ, ବଡମ୍ବା, ବଲାଙ୍ଗୀର)ର ପୁନରୁଦ୍ଧାର ଓ ନବୀକରଣ ପାଇଁ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଏହାକୁ ସ୍ୱାଗତ କରିବା ସହ ଏହି ପଦକ୍ଷେପ ଓଡିଶାର ଚାଷୀକୂଳ ଏବଂ ସମବାୟ କ୍ଷେତ୍ର ପାଇଁ ଏକ ଦୂରଦୃଷ୍ଟି ସଂପନ୍ନ ଓ ଐତିହାସିକ ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ କେନ୍ଦ୍ରମନ୍ତ୍ରୀ ଅମିତ୍‍ ଶାହଙ୍କୁ ଏକ ସ୍ୱତନ୍ତ୍ର ପତ୍ର ଲେଖି ଏସିଆର ସର୍ବପୁରାତନ ଆସିକା ସମବାୟ ଚିନିଶିଳ୍ପର ସାମଗ୍ରିକ ସଂସ୍କାର ଏବଂ ପ୍ରଯୁକ୍ତି ବିଦ୍ୟାର ପରିବର୍ତ୍ତନ ତଥା ଆଧୁନିକୀକରଣ ପାଇଁ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଅନୁରୋଧ କରିବା ସହ ଆସିକା ଚିନିକଳ ଦକ୍ଷିଣ ଓଡିଶାର ହଜାର ହଜାର ଆଖୁଚାଷୀଙ୍କ ଅର୍ଥନୈତିକ ମେରୁଦଣ୍ଡ ହୋଇଥିଲା ବେଳେ ସାଂପ୍ରତିକ ପରିସ୍ଥିତିରେ ଏହାର ଭିତ୍ତିଭୂମି ପୁରୁଣା ହୋଇଯାଇଥିବାରୁ ସାମଗ୍ରିକ ନବୀକରଣ ଓ ଆଧୁନିକୀକରଣ ନିତାନ୍ତ ଆବଶ୍ୟକ । ଗତ ମାର୍ଚ୍ଚ ମାସ ୧୨ ତାରିଖରେ ଆସିକା ଚିନିକଳକୁ ଏକ ବହୁ ଉତ୍ପାଦ ବିଶିଷ୍ଟ ବାୟୋ-ରିଫାଇନାରୀ ତଥା ଗ୍ରୀନ୍‍ ଏନର୍ଜି ହବ୍‍ରେ ରୂପାନ୍ତରିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ପଠାଇଥିଲେ । କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ୍‍ ଶାହ ଆସନ୍ତା ଜୁଲାଇ ମାସ ୪ ତାରିଖରେ ଓଡିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ସମବାୟ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପକୁ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ସ୍ୱାଗତ କରିବା ସହ ଆସିକା ଚିନିକଳର ଆଧୁନିକୀକରଣ ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ ସାମିଲ୍‍ କରାଗଲେ ଏହା ଗଞ୍ଜାମ ତଥା ସମଗ୍ର ଦକ୍ଷିଣ ଓଡିଶାର କୃଷକମାନଙ୍କ ଜୀବିକାକୁ ସୁରକ୍ଷିତ ରଖିବା ସହ ଦେଶର ସମବାୟ ଆନ୍ଦୋଳନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ବୋଲି ସେ ଆଶାବ୍ୟକ୍ତ କରି ସୋସିଆଲ୍‍ ମିଡିଆରେ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଏକ ପ୍ରେସ୍‍ ବିବୃତି ଜରିଆରେ ଏହି ସୂଚନା ଦେଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁଖ୍ୟାତି ଅର୍ଜନ କରି ଉନ୍ନତମାନର ଚିନି ଓ ବୋତଲ ମଦ ଉତ୍ପାଦନ କରିବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଆଖୁଚାଷର ବହୁଳ ପ୍ରସାର ଓ ପ୍ରଚାର କରି ଆଖୁଚାଷୀମାନଙ୍କ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ପ୍ରୟାସ ଜାରି ରଖିଥିବା ଆସିକା ସମବାୟ ଚିନିଶିଳ୍ପର ଆଧୁନିକୀକରଣ ପାଇଁ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ୍‍ ଶାହଙ୍କୁ ଚିଠି ଲେଖିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପ୍ରୟାସ ବୋଲି ସଚେତନ ନାଗରିକ ମହଲରେ ଆଲୋଚିିତ ହେଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ