ଜାତୀୟ ପଲସ ପୋଲିଓ ଟୀକାକାରଣ ଦିବସ

ବାଲେଶ୍ବର(ସରୋଜ ପଣ୍ଡା):  ଜିଲ୍ଲା ଟିକା କରଣ କେନ୍ଦ୍ର  କକ୍ଷରେ  ଶୁଭ ଉଦଘାଟନ ସମାରୋହ ଆୟୋଜିତ ହୋଇଥିଲା। ଚଳିତ ବର୍ଷର  ବିଷବସ୍ତୁ – ଦୁଇ ବୁନ୍ଦା ପ୍ରତେକ ଥର, ପୋଲିଓ ଉପରେ ବିଜୟ ରହୁ ନିରନ୍ତର। ଉକ୍ତ ସମାରୋହ ଜିଲ୍ଲା ମୁଖ୍ୟ ସ୍ତ୍ରୀ ଓ ପ୍ରସୂତି ବିଭାଗ ଅଧିକାରୀ ଡାକ୍ତର ଗିରିଜା ଶଙ୍କର ଦାସ ଉପସ୍ଥିତ ପିଲା ଜଣକୁ ପୋଲିଓ ଦୁଇ ବୁନ୍ଦା ଖୁଆଇ ଶୁଭାରମ୍ଭ କରିଥିଲେ। ଡାକ୍ତର ପରେଶ ଚନ୍ଦ୍ର ନନ୍ଦୀ, ଡାକ୍ତର ସଂଜୀବ ପ୍ରଧାନ, ଡାକ୍ତର ଅନ୍ନପୂର୍ଣ୍ଣା ଜେନା, ଡାକ୍ତର ସ୍ମୃତି ପ୍ରକାଶ ମିଶ୍ର, ଚକ୍ରଧର ଜେନା, ଜିତେନ୍ଦ୍ର ବିଶ୍ୱାଳ, ପ୍ରଦୀପ କୁମାର ସାହୁ, ରଞ୍ଜନ ମହନ୍ତ, ସାସ୍ୱତୀ ମିଶ୍ର, ନୂତନ ପ୍ରଭା ସାମଲ ପ୍ରମୁଖ ଉପସ୍ଥିତ ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇଥିଲେ। ଏହି କାର୍ଯ୍ୟକ୍ରମ ଜୁନ ୨୮ ତାରିଖରୁ ଜୁନ ୩0 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ତଥା ଜୁନ ୨୮ ତାରିଖରେ ସମଗ୍ର ଜିଲ୍ଲାରେ ୧୯୨୭୬୧ ଜଣ ଜନ୍ମରୁ ୫ ବର୍ଷ ପିଲାଙ୍କୁ ୧୦୬୩ ଟି ଟୀକା କରଣ କେନ୍ଦ୍ର, ୪୬ ଗୋଟି tranjit ଦଳ ଏବଂ ୨୩ ଗୋଟି ଭ୍ରାମ୍ୟ ମାଣ ଦଳ ଜରିଆରେ ପୋଲିଓ ବୁନ୍ଦା ଖୁଆଇବାର ଲକ୍ଷ ଧାର୍ଯ୍ୟ କରା ଯାଇଛି। ଏଥି ନିମନ୍ତେ ୪୩୯୦ ଜଣ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଏବଂ ସ୍ବେଛାସେବୀ ୨୧୯ ଜଣ ସ୍ୱାସ୍ଥ୍ୟ ପରିଦର୍ଶକ ଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ ପରବର୍ତୀ ଦୁଇ ଦିନ ଅର୍ଥାତ ଜୁନ ୨୯ ଓ ୩୦ ତାରିଖ ଦିନ ୪୯୮୨୬୩ ଘରକୁ ପରିଦର୍ଶନ କରି ସମସ୍ତ ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇବାର ଲକ୍ଷ ରଖା ଯାଇଛି। ଆଜି ଜୁନ ୨୮ତାରିଖ ଶେଷ ସୁଦ୍ଧା ସମଗ୍ର ଜିଲ୍ଲାରେ ୧୪0୯୫୧(୮୦%) ଜଣ ପିଲାଙ୍କୁ  ପୋଲିଓ ବୁନ୍ଦା ଖୁଆ ଯାଇଛି। ଅବଶିଷ୍ଟ ପିଲାଙ୍କୁ ଆସନ୍ତା ଦୁଇ ଦିନରେ ଘରକୁ ଘର ବୁଲି ଦିଆଯିବାର ବ୍ୟବସ୍ଥା ହୋଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ