ଏନଏସି ଅଫିସରୁ ଚୋରି: ପୋଲିସର ତଦନ୍ତ ଆରମ୍ଭ

ଧାମନଗର (ଓ୍ବାଇଏନଏସ): ଧାମନଗର ଅଞ୍ଚଳରେ ଦିନକୁଦିନ ଚୋରି ବୃଦ୍ଧି ପାଉଥିବା ବେଳେ ଚୋର ମାନେ ପୋଲିସ କୁ ଖୋଲା ଖୋଲି ଚାଲେଞ୍ଜ କରୁଛନ୍ତି । ଗତ ବୁଧବାର ରାତିରେ ଧାମନଗର ଏନ ଏ ସି କାର୍ଯ୍ୟାଳୟ ପରିସରରୁ ହୋଇଥିବା ଚୋରି ଘଟଣା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ର ବିଷୟ ପାଲଟିଛି। ସୂଚନା ମୁତାବକ ଅଫିସରେ ଲାଗିଥିବା ଏସି ର ସାମଗ୍ରୀ,ପାଞ୍ଚଟି ଅଟୋରେ ଲାଗି ବାକୁ ଥିବା ବେଟାରୀ ଏବଂ ବିଏସଏନଏଲ ବ୍ରଡବ୍ୟାଣ୍ଡ ସଂଯୋଗ ତାର କୁ ଚୋର ମାନେ କାଟି ନେଇଥିବା ଜଣାପଡିଛି। ଏନେଇ ଧାମନଗର ଏନଏସି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୂଳେ ଆଇଆଇସି ଶୁଭ୍ରଜିତ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ନରେନ୍ଦ୍ର ରାଉତ ସଙ୍ଗେ ସଙ୍ଗେ ଏନ ଏ ସି ଅଫିସରେ ପହଞ୍ଚି ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଥାନା କେସ ନଂ ୨୮୨/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ଯଥାଶୀଘ୍ର ଚୋରଙ୍କ କାରନାମା ପରଦାଫସ ହେବ ବୋଲି ପୋଲିସ ଠାରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ