କୋର୍ଟ ପରିସରରେ ବନ ମହୋତ୍ସବ ପାଳିତ

ବୁଗୁଡ଼ା (ଅନୀଲ କୁମାର ମହାରଣା):ପରିବେଶକୁ ସୁରକ୍ଷିତ ରଖିବା ପାଇଁ  ବୃକ୍ଷ ରୋପଣର ଆବଶ୍ୟକ ରହିଥିବା ବେଳେ ବୁଗୁଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ତାଲୁକା ଆଇନ ସେବା ପ୍ରାଧିକରଣ ଆନୁକଲ୍ୟରେ ୦୪/୭/୨୬ ତାରିଖ ଦିନ ୭୭ ତମ ବନମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ମାଜିଷ୍ଟ୍ରେଟ ତଥା ତାଲୁକା ଆଇନ ସେବା ପ୍ରାଧିକରଣ ଚେୟାରମେନ ସୁଧାଶ୍ରୀ ସୁର୍ଝଲିଆ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମାଜିଷ୍ଟ୍ରେଟ ଶ୍ରୀମତୀ ସୁର୍ଝଲିଆଙ୍କ ସମେତ ଆଇନଜୀବୀ ମାନସ ରଞ୍ଜନ ଦାସ, ହରପ୍ରସାଦ ଦାସ, ସାଇ ସନ୍ତୋଷିନୀ ପ୍ରଧାନ, ନିବେଦିତା ଚୌଧୁରୀ, ବିଭୁଦତ୍ତ ନାୟକ, ଶ୍ୟାମସୁନ୍ଦର ବିଷୋୟୀ, ସୁଶାନ୍ତ ସେଠୀ, ଅମର କୁମାର ପଟ୍ଟନାୟକ, ରବିନ୍ଦ୍ର କୁମାର ପଣ୍ଡା, ପ୍ରଭାତ ଜେନା, ବୁଗୁଡ଼ା ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ସାହୁଙ୍କ ସମେତ ଅନ୍ୟ ଆଇନଜୀବୀ ଓ ବନ ବିଭାଗ କର୍ମଚାରୀ ବୃନ୍ଦ  ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ