ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଡିଜିଟାଲ ପ୍ରଶିକ୍ଷଣ ଶିବିର

ବାଲେଶ୍ବର(ସରୋଜ ପଣ୍ଡା): କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ଜିଲ୍ଲା ବିଜେପି କାର୍ଯ୍ୟଳୟରେ ସାଙ୍ଗଠନିକ ଜିଲ୍ଲା ବାଲେଶ୍ୱର ମହିଳା ମୋର୍ଚ୍ଚା ପକ୍ଷରୁ ଡିଜିଟାଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ସମଗ୍ର ରାଜ୍ୟ ରେ ବୁଥ ସ୍ତର ରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ର ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁସ୍ମିତା ପଣ୍ଡା ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା ମଞ୍ଚାସିନ ଥିଲେ, ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ସାବିତ୍ରୀ ରାଉତ୍ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନାରୀ ନେତ୍ରୀ ପ୍ରିୟା ରାଣୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ, ଅନ୍ଯ ମାନଙ୍କ ମଧ୍ୟରେ ରାଜ୍ଯ ଉପ ସଭାନେତ୍ରୀ ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଷମା ରାଣୀ ବିଶ୍ୱାଳ, ମମତା ମହାପାତ୍ର ,DLP ର ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ସହ ସଂଯୋଜକ ଦିବ୍ୟା ଭାରତୀ ଜେନା, ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା, ସଂଯୁକ୍ତା ମହାପାତ୍ର, ଅଭିପ୍ସା ନାୟକ, ଛବି ରାଣୀ ନନ୍ଦ,ମହୁଆ ପ୍ରଧାନ, ସୁକାନ୍ତି ଦେବଗୋସ୍ୱାମୀ , ପାର୍ବତୀ ଜେନା , ସୁମିତ୍ରା ପରିଡା, କନକଲତା ଦାସ, ବିନୀତା ମୁର୍ମୁ, ଆଶ୍ରିତା ତରେଇ, ପ୍ରଶାନ୍ତି ପଣ୍ଡା, ପୁଷ୍ପାଞ୍ଜଳି ପଣ୍ଡା, ଦିବ୍ୟା ଭାରତୀ ଦାଶଙ୍କ ସମେତ ଜିଲ୍ଲା ର ସମସ୍ତ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ, ସମସ୍ତ ମହିଳା ୱାର୍ଡ କାଉନସିଲର, ମହିଳା ସରପଞ୍ଚ ପ୍ରାମୁଖ ଉପସ୍ଥିତ ଥିଲେ। । କର୍ଯ୍ୟକ୍ରମର ଆରମ୍ଭ ରେ ରାଷ୍ଟ୍ରିୟ ବନ୍ଦନା ଗାନ କରାଯାଇଥିଲା ଓ ଶେଷ ରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଶେଷ ରେ ସବିତା ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।DLP ର ସଂଯୋଜକ ଶ୍ରୀଯୁକ୍ତ ପରିଡା ଓ ସହ ସଂଯୋଜକ ଶ୍ରୀମତୀ ଜେନା ଡିଜିଟାଲ ପ୍ରଶିକ୍ଷଣ ବିଷୟରେ ବିଭିନ୍ନ ପ୍ରସଙ୍ଗ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ