ରାୟଗଡ଼ା ଜିଲ୍ଲା ବୁଡ଼ାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ନୂତନ କମିଟି ଚୟନ

ରାୟଗଡ଼ା / କଲ୍ୟାଣସିଂହପୁର  ( ଯୋଗେଶ୍ୱର ଦାସ/ ଏଙ୍କେଟେଶ୍ୱର ପାଢ଼ୀ ) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଡ଼ାଗୁଡାରେ ପ୍ରଧାନ ଶିକ୍ଷକ ପି ସୁରେଶ କୁମାର ଙ୍କ ସଭାପତିତ୍ବରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ସହ ନୂତନ କମିଟି ଚୟନ କରାଯାଇଥିଲା। ପ୍ରଥମେ ସହକାରୀ ଶିକ୍ଷକ ଶ୍ରୀନିବାସ ଦାସଙ୍କ ସଭା ପରିଚାଳନାରେ ଅତିଥୀଙ୍କ ପରିଚୟ ପ୍ରଦାନ ସହ ମଞ୍ଚାସିନ ପରେ ପ୍ରଦୀପ ପ୍ରଜ୍ଵଳନ ହୋଇଥିଲା। ଏହାପରେ ବିଦ୍ୟାଳୟର ଛାତ୍ରୀଙ୍କ ସ୍ୱାଗତ ସଙ୍ଗୀତଗାନ ପରେ ପ୍ରଧାନ ଶିକ୍ଷକଙ୍କ ସ୍ୱାଗତ ଅଭିଭାଷଣ ହୋଇଥିଲା। ନୂତନ କମିଟି ଗଠନ ଓ କାର୍ଯ୍ୟକାରିତା ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ ପରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଙ୍କ ଚୟନ ହୋଇଥିଲା। ଉପସ୍ଥିତ ସମସ୍ତ ଅଭିଭାବକଙ୍କ ସହମତି କ୍ରମେ ଅଧ୍ୟକ୍ଷ ଭାବେ ସନ୍ତୋଷ କୁମାର ବଛା ଓ ଉପାଧ୍ୟକ୍ଷା ଭାବେ ଶ୍ରୀମତୀ ସାୟା ପେରିସିକାଙ୍କୁ ଚୟନ କରାଯାଇଥିବା ବେଳେ ମେମ୍ବର ଭାବେ ଜାନକୀ ପିଡ଼ିଶିକା, ଆରତୀ ନାଏକ, ରେବତୀ ହିଆଲ୍, ଚମ୍ପି ସାରାକା, ଯମୁନା ମାଝୀ, ମମତା କୁରିଆ, ଖଗେଶ୍ୱର କୁରିଆ, ପଦ୍ମନ୍ ଭତ୍ରା, ସଦନ ମାଝୀ, ଈଶ୍ୱର କାଡ୍ରାକା, ରାମାରାଓ କୁଲିସିକା ଚୟନ ହୋଇଥଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୁର୍ବତନ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ବାବୁରାଓ ନିଶିକା, ବରିଷ୍ଠଶିକ୍ଷକ ସତ୍ୟବର ପ୍ରସାଦ ପଟ୍ଟନାୟକ, ଶିକ୍ଷକ ଜଗଦୀଶ ସ୍ୱାଇଁ, ଅମରେଶ ଷେଣ୍ଢ, ପ୍ରଦୀପ କୁମାର ଜେନା, ଭରତ କଦମସେଠ ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରା, ସସ୍ମିତା ତାଡ଼, ବର୍ଷା ପ୍ରିୟଦର୍ଶନୀ ଓ ବିଦ୍ୟାଳୟର ବିଭିନ୍ନ ଗ୍ରାମରୁ ଆସିଥିବା ଅଭିଭାବକ ଉପସ୍ଥିତ ରହିଥିଲେ। ଏଥିରେ ନୂତନ ଭାବେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ସହ ଉପ କମିଟି ଗଠନ, ବିଦ୍ୟାଳୟ ପରିବେଶ ଉନ୍ନତି କରଣ ଓ ଛାତ୍ର ଛାତ୍ରୀଙ୍କ ଉନ୍ନତି ଓ ସୁରକ୍ଷା ନିମନ୍ତେ ପଦକ୍ଷେପ ବାବଦରେ ଆଲୋଚନା ହୋଇଥଲା। ଉକ୍ତ ବୈଠକକୁ ବିଦ୍ୟାଳୟର ସମସ୍ତ କର୍ମଚାରୀ ସମସ୍ତ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ