ପିଏମ ଶ୍ରୀ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ

ଗୁଣପୁର,(ୱାଇଏନଏସ): ଚନ୍ଦ୍ରପୁର ବ୍ଲକ ସଦର ମହକୁମା ପିଏମ ଶ୍ରୀ ସରକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଭାସ୍କର ଗମାଙ୍ଗଙ୍କ ସଭାପତିତ୍ବରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଚନ୍ଦ୍ରପୁର ଅଞ୍ଚଳର ବିଭିନ୍ନ ଗ୍ରାମର ବହୁ ଅଭିଭାବକ ଯୋଗଦେଇ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନରେ କରିଥିଲେ l ବିଦ୍ୟାଳୟ ପରିଚାଳନା କମିଟି ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ କ୍ରମେ ୧୫ ଜଣିଆ କମିଟି ଗଠନ କରାଯାଇଛି। ପରବର୍ତ୍ତୀ ସମୟରେ ସେହି ୧୫ ଜଣ ସଭ୍ୟ/ସଭ୍ୟା ଙ୍କ ମଧ୍ୟରୁ ବିଦ୍ୟାଳୟ ପରିଚାଳନା କମିଟି ନିମନ୍ତେ ସଭାପତି ଓ ଉପସଭାପତି ମନୋନୀତ କରାଯିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ଗମାଙ୍ଗ ସୂଚନା ଦେଇଥିଲେ l ଏଥିରେ ସଭପତି ଓ ଉପସଭାପତି ଙ୍କ ମିଳିତ ଉଦ୍ୟମରେ ବିଦ୍ୟାଳୟ ଉନ୍ନତି ନିମନ୍ତେ ବୁଝାଇ ଥିଲେ । ଏହି ବୈଠକକୁ ବରିଷ୍ଟ ଶିକ୍ଷକ ପ୍ରଦିପ କୁମାର ଚୌଧୁରୀ, କୁନା କୁମାର ମାଝୀ, ମକର ତୁଇକା, ରୁଦ୍ର ନାରାୟଣ ବାଗ, ସାରଙ୍ଗ ବାଗ, ବଳଭଦ୍ର କୁଟ୍ରୁକା, ଆନନ୍ଦ ଡୁବୁରୁକା, ବିଶିକେଶନ ଶବର, ଶ୍ରୀକାନ୍ତ ହତା, ସୁନୀଲ ମହାନ୍ତି ଓ ଶିକ୍ଷୟତ୍ରୀ ମମତା ଶବର ପ୍ରମୁଖ ପରିଚାଳନ କରିଥିଲେ। ସେହିପରି ଚନ୍ଦ୍ରପୁର ବ୍ଲକ ବୁଡ଼ିବାଲି ପଞ୍ଚାୟତ ନେହୁରପାଙ୍ଗା ସରକାରୀ ଏସଏସଡି ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ରାଜୁ ପାଲଙ୍କ ସଭାପତିତ୍ବରେ ନୂତନ ବିଦ୍ୟାଳୟ ପରି ଚାଳନା କମିଟି ଗଠନ କରାଯିବା ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ