ଭଦ୍ରକରେ ବର୍ଷାର ପ୍ରଭାବ: ଚାନ୍ଦବାଲିରେ ସର୍ବାଧିକ ୬୭.୨ ମି.ମି. ବର୍ଷା
ଭଦ୍ରକ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲ୍ଲାରେ ମଙ୍ଗଳବାର ସକାଳ ସୁଦ୍ଧା ବିଭିନ୍ନ ବର୍ଷାମାପନ(ଆର୍.ଆର୍.) କେନ୍ଦ୍ରରେ ମଧ୍ୟମରୁ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ସର୍ବାଧିକ ୬୭.୨ ମିଲିମିଟର ବର୍ଷା ଚାନ୍ଦବାଲିରେ ରେକର୍ଡ ହୋଇଥିବାବେଳେ ବନ୍ତରେ ୪୪ ମି.ମି., ଧାମନଗରରେ ୪୯ ମି.ମି., ତିହିଡ଼ିରେ ୪୨ ମି.ମି., ଭଦ୍ରକରେ ୩୨.୨ ମି.ମି., ଭଣ୍ଡାରିପୋଖରୀରେ ୩୦ ମି.ମି. ଏବଂ ବାସୁଦେବପୁରରେ ୨୯ ମି.ମି. ବର୍ଷା ହୋଇଛି। ଲଗାତାର ବର୍ଷା ଯୋଗୁଁ ଜିଲ୍ଲାରେ ପାଗ ମେଘୁଆ ରହିଥିବା ସହ ତାପମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇଛି। କେତେକ ନିମ୍ନାଞ୍ଚଳରେ ପାଣି ଜମିବାର ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି।


