ସପୁରୀର ଅଭାବୀ ବିକ୍ରିର ଶିକାର ନିୟମଗିରି ଡଙ୍ଗରିଆ

କଲ୍ୟାଣସିଂହପୁର (ଏଙ୍କଟେଶ୍ୱର ପାଢ଼ୀ )ରାୟଗଡ଼ା ଜିଲ୍ଲାର ନିୟମଗିରି ପାହାଡ଼ରେ ଉତ୍ପାଦିତ ସପୁରୀର ସ୍ୱତନ୍ତ୍ରତା ରହିଥିବା ଯୋଗୁଁ ଓଡ଼ିଶା ସମେତ ଭାରତର ବିଭିନ୍ନ ବଜାରରେ ବେଶ୍ ଚାହିଦା ସୃଷ୍ଟି କରିଛି। ଏହାର ପ୍ରକୃତ ଲାଭରୁ ଆଜିବି ବଞ୍ଚିତ ରହୁଛନ୍ତି ବିରଳ ସରଳ ଜନଜାତି ଡଙ୍ଗରିଆକନ୍ଧ ଚାଷୀ । ବର୍ଷସାରା ଡାଙ୍ଗରରେ କଠିନ ପରିଶ୍ରମ କରି ଉତ୍ପାଦନ କରୁଥିବା ସପୁରୀକୁ ଉଚିତ ମୂଲ୍ୟରେ ବିକ୍ରି କରିପାରୁ ନଥିବାରୁ ସେମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ବଜାର ବ୍ୟବସ୍ଥାର ଅଭାବ ଓ ସରକାରୀ ସହାୟତାର ଅଭାବ ଯୋଗୁଁ ଦଲାଲମାନେ ଏହି ସୁଯୋଗର ସଂପୁର୍ଣ ଭାବେ ଲାଭ ଉଠାଉଥିବା ଅଭିଯୋଗ ହେଉଛି | ଦଲାଲ ମାନେ ଶାଗ ମାଛ ଦରରେ ନୃଛନ୍ତି ବୋଲି ସମ୍ପୂର୍ଣ ମରିବା ବଦଳରେ କିଛିଟା ବଞ୍ଚି ଯାଉଛୁ। ସରକାର ହାତ ଛାଡିଦେଲେ ଦୁଃଖ ସମୟରେ ଦଲାଲ ହିଁ ଭରଷା ବୋଲି କିଛି ଡଙ୍ଗରିଆ ପ୍ରକାଶ କରିଛନ୍ତି।ଜିଲ୍ଲାର କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡା ବ୍ଲକ ଅନ୍ତର୍ଗତ ପାର୍ଶାଲି, କୁର୍ଲି, ସକଟା ଗ୍ରାମପଞ୍ଚାୟତ ସମେତ ନିୟମଗିରିର ବିଭିନ୍ନ ଅଞ୍ଚଳରେ ପ୍ରତିଦିନ ହଜାର ହଜାର ପାଚିଲା ସପୁରୀ ଅମଳ ହେଉଛି। କିନ୍ତୁ ଉତ୍ପାଦନ ଅନୁପାତରେ ସଂଗଠିତ ବଜାର ବ୍ୟବସ୍ଥା ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ମାଝୀଗୁଡା,ଚାଟିକଣା ହାଟ ବଜାରରେ ଅତି କମ୍ ଦରରେ ସପୁରୀ ବିକ୍ରି କରୁଛନ୍ତି। ଦଲାଲମାନେ ଚାଷୀଙ୍କଠାରୁ ଗୋଟିଏ ସପୁରୀ ୭ରୁ ୧୦ ଟଙ୍କାରେ କିଣି ଛତିଶଗଡ଼ର ରାୟପୁର, ମହାରାଷ୍ଟ୍ର ର ନାଗପୁର, ଆନ୍ଧ୍ରର ବିଶାଖାପାଟଣା, ଓଡ଼ିଶାରେ ଭୁବନେଶ୍ଵର ଭଳି ବଡ଼ ସହରରେ ୪୦ରୁ ୬୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରି ମୋଟା ଅଙ୍କର ଲାଭ ପାଉଛନ୍ତି। ପ୍ରକୃତ ଲାଭ ଚାଷୀଙ୍କ ପାଖକୁ ପହଞ୍ଚୁ ନଥିବାରୁ ସେମାନଙ୍କ ଆର୍ଥିକ ସ୍ଥିତିରେ କୌଣସି ସୁଧାର ଆସିପାରୁ ନାହିଁ | ରାଜ୍ୟ ସରକାର ଡଙ୍ଗରିଆ କନ୍ଧଙ୍କ ଜୀବନଧାରାର ଉନ୍ନତି ପାଇଁ ଚାଟିକଣା ଓ ପାର୍ଶାଲି ପଞ୍ଚାୟତରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଚାଳିଶି ବର୍ଷ ଧରି କାର୍ଯ୍ୟ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଛି। କିନ୍ତୁ ଡାଙ୍ଗରିଆଙ୍କ ଯେତିକି କୃଷିରେ ଆର୍ଥିକ ଉନ୍ନତି ହେବାର କଥା ତାହା ସପୁରୀ ଚାଷରୁ ଜଣା ପଡୁଛି। ଗତ ପାଞ୍ଚ ବର୍ଷ ଓପିଲିପି କାର୍ଯ୍ୟକ୍ରମ ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ବାସ୍ତବରେ କାହା ପାଖକୁ ଉକ୍ତ ଟଙ୍କା ପହଁଚିଛି ତଦନ୍ତ କଲେ ଜଣା ପଡିବ। ଡଙ୍ଗରିଆଙ୍କ ବିଭିନ୍ନ କୃଷି ଓ ଉଦ୍ୟାନ ଯୋଜନାରେ ପ୍ରୋତ୍ସାହନ ଯୋଗାଇ ଆସୁଥିବା ବେଳେ, ଉତ୍ପାଦିତ ଦ୍ରବ୍ୟର ସଠିକ୍ ବଜାରୀକରଣ ଓ ନ୍ୟାୟସଙ୍ଗତ ମୂଲ୍ୟ ସୁନିଶ୍ଚିତ କରିବା କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିପାରିନାହିଁ।ଓପିଲିପି ମାଧ୍ୟମରେ ଡିକେଡିଏ ପାର୍ଶାଲି ଓ ଚାଟିକଣା ଠାରେ ଜଙ୍ଗଲଜାତ ଓ କୃଷିଜାତ ଉତ୍ପାଦର ବଜାରୀକରଣ ପାଇଁ ନିର୍ମାଣ ଓ ଗଠିତ ବଜାର ହାଟ ଵର୍ତମାନ ସୁପ୍ତ ଅବସ୍ଥାରେ। ଯେଉଁ ସମୟରେ ଓପିଲିପି କାର୍ଯ୍ୟକ୍ରମ ଚାଲୁଥିଲା ମୋବାଦୀଙ୍କ ଆଳ ଦେଖାଇ ଡଙ୍ଗରିଆଙ୍କୁ ମହରା ସଜାଈ କିଛି କର୍ମଚାରୀ ଜିଲ୍ଲା ଓ ଜିଲ୍ଲା ବାହାରେ ସମ୍ପତି ଓ ବଡ଼ ବଡ଼ ଘର ଜମିବାଡ଼ି କରିଥିଵାରୁ ଡାଙ୍ଗରିଆଙ୍କ ବିକାଶ ବଦଳରେ କର୍ମଚାରୀଙ୍କ ବିକାଶ ହୋଇଛି ବୋଲି ସେତେବେଳେ ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ଶିକକା ବାରମ୍ବାର ଅଭିଯୋଗ କରି ଆସୁଥିଲେ। ଜିଲ୍ଲାର ଓରମାସ୍ ସଂସ୍ଥା ଏହି ଅଞ୍ଚଳରେ ସକ୍ରିୟ ଭୂମିକା ନେଉ ନଥିବାରୁ ଚାଷୀମାନେ ଦଲାଲଙ୍କ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଉଭୟ ଚାଟିକଣା ଓ ପାର୍ଶାଲି ଠାରେ ଚାଲୁଥିବା ଡିକେଡିଏ ସଂସ୍ଥା ସୁପ୍ତ ଅବସ୍ଥାରେ ରହିଥିବାରୁ ଉପୁଜିଛି।ବଜାର ପରିଦର୍ଶନ, ସିଧାସଳଖ କ୍ରୟ ବ୍ୟବସ୍ଥା କିମ୍ବା ମୂଲ୍ୟ ସହାୟତା ଭଳି ପଦକ୍ଷେପର ଅଭାବ ସମସ୍ୟାକୁ ଆହୁରି ଗୁରୁତର କରିଛି| ଉଲ୍ଲେଖଯୋଗ୍ୟ ଯେ ନିୟମଗିରିର ସପୁରୀର ମୂଲ୍ୟ ବୃଦ୍ଧି ଓ ପ୍ରକ୍ରିୟାକରଣକୁ ଦୃଷ୍ଟିରେ ରଖ୍ ଚାଟିକଣାଠାରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି କିନ୍ତୁ ଏହା ଏପର୍ଯ୍ୟନ୍ତ ପୂର୍ଣଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ଚାଷୀମାନେ ଏହାର ସୁଫଳ ପାଇବାରୁ ବଞ୍ଚିତ ରହିଛନ୍ତି।ଚାଷୀ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ନିୟମଗିରି ସପୁରୀ ପାଇଁ ସରକାର ଯଦି ସିଧାସଳଖ ନିଜେ କର୍ଯ୍ୟକାରୀ ଭେଣ୍ଡର ମାଧ୍ୟମରେ କେନ୍ଦ୍ର ଖୋଲି ଓରମାସ୍ ମାଧ୍ଯମରେ ବଜାର ସଂଯୋଗକୁ ସୁଦୃଢ଼ କରନ୍ତି ଓ ପ୍ରକ୍ରିୟାକରଣ କେନ୍ଦ୍ରକୁ ସକ୍ରିୟ କରନ୍ତି  ଦଲାଲମୁକ୍ତ  ହୋଇ ଡଙ୍ଗରିଆ ଉଚିତ ମୂଲ୍ୟ ପାଇଥାନ୍ତେ ବୋଲି ନିୟମଗିରି ଡଙ୍ଗରିଆ ଅଭିଯୋଗ କରିଛନ୍ତି।ଏହା କେବଳ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବ ନୁହେଁ, ବରଂ ନିୟମଗିରି ଅଞ୍ଚଳର ଉଦ୍ୟାନଭିରିକ କୃଷିକୁ ମଧ୍ୟ ନୂତନ ଦିଗ ଦେଇ ପାରନ୍ତା। ବିରଳ ଜନଜାତିଙ୍କ ଜୀବିକା ସହ ଜଡ଼ିତ ଏହି ପ୍ରସଙ୍ଗକୁ ରାଜ୍ୟ ସରକାର ଗୁରୁତ୍ବର ସହ ବିଚାର କରି ତୁରନ୍ତ ସ୍ଥାୟୀ ବଜାର ବ୍ୟବସ୍ଥା ଉଚିତ ସହାୟକ ମୂଲ୍ୟ ଓ ପ୍ରକ୍ରିୟାକରଣ କେନ୍ଦ୍ରର କାର୍ଯ୍ୟକାରିତା ଓ ସରକାରୀ ଭେଣ୍ଡର ସକ୍ରିୟ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀ ଓ ଚାଷୀମାନେ ଦାବି କରିଛନ୍ତି | ଏପରି ପଦକ୍ଷେପ ଗ୍ରହଣ କରାଗଲେ ନିୟମଗିରିର ଡଙ୍ଗରିଆ କନ୍ଧ ଚାଷୀଙ୍କ ଆର୍ଥିକ ସ୍ତରରେ ସୁଦୃଢ ହେବା ସହ ସେମାନଙ୍କ ପାରମ୍ପରିକ ଉଦ୍ୟାନ କୃଷି ମଧ୍ଯ ଅଧିକ ସଶକ୍ତ ହୋଇପାରିବ ବୋଲି ନିୟମଗିରି ଡଙ୍ଗରିଆ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ