ଗୋବିନ୍ଦପୁର ସ୍କୁଲ ପରିଚାଳନା କମିଟି ଗଠିତ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସମଣା ପଞ୍ଚାୟତ ଗୋବିନ୍ଦପୁର ସ୍କୁଲର ପରିଚାଳନା କମିଟି ଗଠିତ ହୋଇଯାଇଛି। ଗତ ୮ତାରିଖ ଦିନ ପିଟିଏ କମିଟି ଗଠନ ହୋଇଥିବା ବେଳେ ଆଜି ଶାନ୍ତି ଶୃଙ୍ଖଳାର ସହିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଚୟନ ହୋଇଥିଲା। ପ୍ରଧାନ ଶିକ୍ଷକ ସୁଧାକର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମତୀ ଲିଲି ନାୟକଙ୍କୁ ପରିଚାଳନା କମିଟିର ଅଧ୍ୟାକ୍ଷା ଭାବେ ମନୋନୀତ କରାଯାଇଥିବା ବେଳେ ପ୍ରଫୁଲ୍ଲ ଦୋରା ଙ୍କୁ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ଏହି ବୈଠକରେ ଇତିଶ୍ରୀ ନାଇକ, ଟୁନି ଦେହୁରୀ, ରେଖା ନାୟକ, ସୁଭଦ୍ରା ନାୟକ, ଅନୁପମା ନାଇକ, ଧୀରେନ୍ଦ୍ର କୁମାର ନାୟକ, ପ୍ରଦୀପ ସାହା, ନିତ୍ୟାନନ୍ଦ ବେହେରା, ଜୟଦେବ ନାୟକ ପ୍ରମୁଖ ନବ ନିର୍ବାଚିତ ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ। ବ୍ଲକ ଶିକ୍ଷା ଅଧିକାରୀଙ୍କ ପ୍ରତିନିଧି ଭାବେ କୁଆଡ଼ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପ୍ରତିଭା ପରିଡା ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ