ଆନ୍ତର୍ଜାତୀୟ ଅପରାଧିକ ନ୍ୟାୟ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ଛତ୍ରପୁର ସହର ରେ ଥିବା ଆନ୍ତର୍ଜାତୀୟ ମାର୍କା ୟୁରୋ ସ୍କୁଲରେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷାର ବିକାଶ କରିବା ସହ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ପାରଦର୍ଶିତା ବୃଦ୍ଧି କରିବା ଉଦ୍ଦେଶ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ଆଜି ଆଉ ପାଦେ ଆଗକୁ ଆସି ଆନ୍ତର୍ଜାତୀୟ ଅପରାଧିକ ନ୍ୟାୟ ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ  ୟୁରୋ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସ୍କୁଲ ର ଅଧ୍ୟକ୍ଷ ରଞ୍ଜନ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜୀବି ସୂର୍ଯ୍ୟନାରାୟଣ ସାମନ୍ତରାୟ ଯୋଗଦେଇ  ଆଇନ ସମସ୍ତଙ୍କ ପାଇଁ ସମାନ ସହିତ ଆଜିର ଦିବସ ଉପରେ ଆଲୋକପାତ କରିଥିଲେ l  ଯେଉଁ ଅପରାଧୀମାନେ ଗଣହତ୍ୟା, ଯୁଦ୍ଧ ଅପରାଧ, ମାନବତା ବିରୋଧୀ ଅପରାଧ କରନ୍ତି ସେମାନଙ୍କୁ ଆଇନ ସମ୍ମୁଖରେ ହାଜର କରିବା, “କୌଣସି ଅପରାଧୀ ଦଣ୍ଡରୁ ବଞ୍ଚି ପାରିବେ ନାହିଁ” – ଏହି ବାର୍ତ୍ତା ଦେବା, ପୀଡିତଙ୍କୁ ନ୍ୟାୟ ଓ ସମ୍ମାନ ଦେବା,  ଭବିଷ୍ୟତରେ ଅପରାଧ ରୋକିବା ଆଦି ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର ଓ ଶିକ୍ଷୟତ୍ରୀ ଶିବା ଗ୍ଲୋରି ମୋଜେସ ଙ୍କ ସମେତ  ନବମ ଓ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ