ବିଶ୍ୱକର୍ମା ସମାଜର ସାଂଗଠନିକ ବୈଠକ
ବୁଗୁଡ଼ା, (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ମହାରଣା ମାର୍କେଟ କମ୍ପ୍ଲକ୍ସର କଲ୍ୟାଣ ମଣ୍ଡପ ରେ ବିଶ୍ୱକର୍ମା ସମାଜର ପିତୁଳିକା ବଂଶର ଏକ ସାଂଗଠନିକ ବୈଠକ ୧୭/୭/୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପିତୁଳିକା ବଂଶର ସଭାପତି କିଶୋର ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ୨୦୨୬ ନଭେମ୍ବର ମାସର ୦୧ ଓ ୦୨ ତାରିଖ ଦିନ ବଂଶର ମହାସଭା ଅନୁଷ୍ଠିତ ହେବାକୁ ସ୍ଥିର କରାଗଲା। ବଂଶର ସମସ୍ତ ପରିବାର ଆସନ୍ତା ମହାସଭାରେ ଯୋଗଦେବାକୁ ସ୍ଥିର କରିବା ସହ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ଵର୍ଦ୍ଧିତ କରିବାକୁ ଠିକ୍ କରାଗଲା। ଏହି ବୈଠକରେ ପିତୁଳିକା ବଂଶର ବ୍ରହ୍ମପୁର ନଗର, ହଞ୍ଜିଳୀକାଟୁ ସହର ଏବଂ ଗୋଳିଆ, ବ୍ରାହ୍ମଣଛାଇ, ଗୋଳାବନ୍ଧ, କୁମୁଟା ଓ ମାଣିତରା ଗ୍ରାମର ବଂଶର ପ୍ରଥମ ମୁଖ୍ୟ ସଙ୍ଗଠକ ଗୋପାଳ କୃଷ୍ଣ ମହାରଣା, ସନ୍ତୋଷ କୁମାର ମହାରଣା, ନରେନ୍ଦ୍ର ମହାରଣା, ରାଧାକୃଷ୍ଣ ମହାରଣା, ପ୍ରକାଶ ମହାରଣା, ବିପ୍ର ମହାରଣା, ଗୋପାଳ ଚନ୍ଦ୍ର ମହାରଣା, ଦୁର୍ଯ୍ୟୋଧନ ମହାରଣା, ଚରଣ ମହାରଣା, ସୁରଥ ମହାରଣା, ପ୍ରମୋଦ କୁମାର ମହାରଣା, ପ୍ରଭାକର ମହାରଣା, ମନୋଜ କୁମାର ମହାରଣା, ମହେଶ୍ୱର ମହାରଣା ଓ ଅନିଲ କୁମାର ମହାରଣା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥଲେ।


