ଶିକ୍ଷା କ୍ଷେତ୍ରରେ ବିଫଳତାକୁ ନେଇ କାକଟପୁରରେ ବିକ୍ଷୋଭ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ଶିକ୍ଷା ବିଫଳ ମନ୍ତ୍ରୀ ଇସ୍ତଫା ଦିଅ ନାରାରେ ସୋମବାର କାକଟପୁର ବ୍ଲକ ଫାଟକ ସାମ୍ନାରେ ଜନରୋଷ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀରେ ରାସ୍ତାକୁ ଓହ୍ଲାଇଲେ ଶତାଧିକ ଲୋକ। ବିଶିଷ୍ଟ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କ ଆମରଣ ଅନଶନକୁ ସମର୍ଥନ ଦେବା ସହ ଦେଶର ଶିକ୍ଷା ବ୍ୟବସ୍ଥା ବିଫଳତା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଦାୟୀ କରିଲେ ଆନ୍ଦୋଳନକାରୀ । ଆନ୍ଦୋଳନକାରୀଙ୍କ ଅଭିଯୋଗ – ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ସନ୍ତାନ ହୋଇ ମଧ୍ୟ ରାଜ୍ୟର ଶିକ୍ଷା ପାଇଁ କିଛି କରିନାହାନ୍ତି। ଗାଁ ଗାଁରେ ଶିକ୍ଷକ ଅଭାବ, ସ୍କୁଲରେ ଭିତ୍ତିଭୂମି ନାହିଁ। ଅଣ୍ଡା ଦର ୧୦ ଟଙ୍କା ହୋଇଗଲାଣି ହେଲେ ସରକାରୀ ଅନୁଦାନ ସେହି ୭ଟଙ୍କାରେ ଅଟକିଛି। ଏହା କଣ ଶିକ୍ଷା ପ୍ରତି କେନ୍ଦ୍ର ସରକାରଙ୍କ ଗୁରୁତ୍ୱ? ଆମ ଆଦ୍ମୀ ପାର୍ଟି କାକଟପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆୟୋଜିତ ଏହି ଗଣ ଧାରଣାରେ କୁହାଗଲା – ସୋନମ ୱାଙ୍ଗଚୁକ ଜୀ ଦେଶ ପାଇଁ ଜୀବନ ଦେବାକୁ ବସିଛନ୍ତି, ଆଉ ଆମ କେନ୍ଦ୍ରମନ୍ତ୍ରୀ କେବଳ ଭାଷଣ ଦେଉଛନ୍ତି । ବକ୍ତାମାନେ ତୀବ୍ର ସ୍ୱରରେ ଦାବି କଲେ – ଯଦି ୭ଦିନ ଭିତରେ ଶିକ୍ଷା କ୍ଷେତ୍ରରେ ସୁଧାର ନ ଆସେ ତେବେ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ। ଧାରଣାରେ ସାମିଲ ହୋଇଥିବା ଜଣେ ଅଭିଭାବକ କହିଲେ – ଆମ ପିଲାମାନେ ଅଧା ପାଠ ପଢି ଘରକୁ ଫେରୁଛନ୍ତି। ମନ୍ତ୍ରୀ ମହୋଦୟ କେବଳ ଦିଲ୍ଲୀରେ ବସି ରହିଛନ୍ତି। ଆଉ ଜଣେ ଛାତ୍ର କହିଛନ୍ତି – ଆମକୁ ଶିକ୍ଷା ଦିଅ, ନହେଲେ ମନ୍ତ୍ରୀପଦ ଛାଡ।ଆଜି କାକଟପୁର ପ୍ରମାଣ କଲା – ଲୋକେ ଆଉ ଚୁପ୍ ବସିବେ ନାହିଁ। ଶିକ୍ଷା ବିଫଳତାର ଦାୟୀତ୍ୱ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ଉଚିତ। ପ୍ରଶ୍ନ ଗୋଟିଏ – ଦିଲ୍ଲୀ କେବେ ଏହି ସ୍ୱର ଶୁଣିବ? ଆମ୍ ଆଦମୀ ପାର୍ଟି କାକଟପୁର ନିର୍ବାଚନ ମଣ୍ଡଳୀ ତରଫରୁ ଆଜି ଏହି ଏକ ଦିବସୀୟ ଧାରଣା ମାଧ୍ୟମରେ ସୋନମ୍ ୱାଙ୍ଗଚୁକ୍ ଓ ଛାତ୍ର ଛାତ୍ରୀଙ୍କ ପ୍ରତି ଦୃଢ଼ ସମର୍ଥନ ଜ୍ଞାପନ କରିବା ସହ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବାକୁ ଏବଂ ଓଡ଼ିଶାରେ ତ୍ରୁଟିଶୂନ୍ୟ ପୁସ୍ତକ ତୁରନ୍ତ ଯୋଗାଇଦେବା ପାଇଁ ଦାବି ଜଣାଇଥିଲେ । ଧାରଣାରେ ପୁରୀ ଜିଲ୍ଲା ଆପ ଉପ ସଭାପତି ରବୀନ୍ଦ୍ରନାଥ ସାହୁ , ପୁରୀ ନଗର ସଭାପତି ତଥା କାକଟପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ରମାକାନ୍ତ ସ୍ବାଇଁ, ନିର୍ବାଚନ ମଣ୍ଡଳୀ ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି, ନାରୀ ନେତ୍ରୀ ସଭାପତି ସୋନାଲି ରାଉତ, କୋଣାର୍କ ବିଜ୍ଞାପିତ ଅଞ୍ଚଳ ସଭାପତି ବିଶ୍ଵଜିତ୍ ପରିଡ଼ା ଏବଂ କାକଟପୁର ବ୍ଲକ ପୁର୍ବତନ ଅଧ୍ୟକ୍ଷ ବିପିନି ମହାନ୍ତି, ଜୟ ଭୀମ ସଭାପତି ବାଉରୀବନ୍ଧୁ କାଣ୍ଡି, ବାସନ୍ତି ବେହେରା, ଲିପି ବେହେରା, ରଜନୀ ପରିଡ଼ା, ଲୋଚନ ବେହେରା, ସୀତା ବେହେରା, ସମ୍ପଦ ପରିଡ଼ା, ବଟକୃଷ୍ଣ ବେହେରା, ଭଗବତ ସ୍ୱାଇଁ, ସୁକାନ୍ତ କାଣ୍ଡି, ବିଜୟ ମୁଦୁଲି ଓ ଦୀପକ ପରିଡ଼ା ଉପସ୍ଥିତ ଥିଲେ ।


