ପ୍ରେସ କ୍ଲବ ତରଫରୁ ମହା ଉତ୍ସବ ପାଇଁ ପ୍ରସ୍ତୁତି

କାକଟପୁର/ଅସ୍ତରଙ୍ଗ, (ଶୁଭାଶିଷ ଖଣ୍ଡୁଆଳ): କାକଟପୁର ପ୍ରେସ କ୍ଲବର ବାର୍ଷିକ ଉତ୍ସବକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବୁଧବାର ସନ୍ଧ୍ୟାରେ କାକଟପୁର ଖୁଣ୍ଟିଆ ମଣ୍ଡପରେ ପ୍ରେସ କ୍ଲବର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ଥିର ହୋଇଛି ଯେ ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଗୋଟିଏ ଦିନିଆ ବିଶାଳ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତି କହିଛନ୍ତି ।ଆମ ପ୍ରେସ କ୍ଲବ ବହୁ ପୁରୁଣା ଏବଂ ବହୁ ପ୍ରତିଘାତ ଭିତରେ ଦୀର୍ଘ ବର୍ଷ ଧରି ନିସ୍ୱାର୍ଥପର ଭାବେ ଆଗେଇ ଚାଲିଛି। ଏହି ଉତ୍ସବ କେବଳ ଉତ୍ସବ ନୁହେଁ, ଏହା କାକଟପୁରର ସମସ୍ତ ସାମ୍ବାଦିକଙ୍କ ମିଳନ ଓ ସମ୍ମାନର ଦିନ। ଆମେ ସମସ୍ତଙ୍କ ସହଯୋଗରେ ଏହାକୁ ସ୍ମରଣୀୟ କରିବୁ।ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତି କହିଛନ୍ତି । ଆପଣମାନେ ଜାଣି ଆନନ୍ଦିତ ହେବେ ଯେ ଆମ ପ୍ରେସ କ୍ଲବ ଏବେ ରେଜିଷ୍ଟ୍ରେସନ ହୋଇସାରିଛି। ଏହା ଆମ ପାଇଁ ଗର୍ବର କଥା। ତେଣୁ ଏହି ବାର୍ଷିକ ଉତ୍ସବକୁ ସଫଳ କରିବା ପାଇଁ ସମସ୍ତେ ନିସ୍ୱାର୍ଥପର ଭାବେ ଆଗେଇ ଆସିବାକୁ ପଡିବ। ସମ୍ପାଦକ ଆଦିତ୍ୟ ରଞ୍ଜନ ରାଉତ, କାକଟପୁର ପାଇଁ ଏହି ଉତ୍ସବ ଗର୍ବର କଥା। ସ୍ଥାନୀୟ ସମସ୍ୟାକୁ ଜାତୀୟ ସ୍ତରରେ ପହଞ୍ଚାଇବାରେ ଆମର ଭୂମିକାକୁ ସ୍ମରଣ କରିବାର ଦିନ। କୋଷାଧ୍ୟକ୍ଷ ଭାଗବତ ସ୍ୱାଇଁ କହିଛନ୍ତି, ଉତ୍ସବକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ନିହାତି ଆବଶ୍ୟକ। ଆର୍ଥିକ ଓ ଶାରୀରିକ ସହଯୋଗ ଦେବାକୁ ସମସ୍ତଙ୍କୁ ଅନୁରୋଧ। ବରିଷ୍ଠ ସାମ୍ବାଦିକ ସଞ୍ଜୟ ପତି କହିଛନ୍ତି ଉତ୍ସବରେ ବରିଷ୍ଠ ସାମ୍ବାଦିକଙ୍କ ସମ୍ମାନ, ଛାତ୍ରଛାତ୍ରୀଙ୍କ ପାଇଁ ସାମ୍ବାଦିକତା ଉପରେ କର୍ମଶାଳା,ବୃକ୍ଷ ରୋପଣ,ରକ୍ତଦାନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରହିବ। ଆମର ଲକ୍ଷ୍ୟ ଗୋଟିଏ – ସତର ପତାକା ଆଉ ଉଚ୍ଚରେ ଉଡିବା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଉତ୍ସବକୁ ସଫଳ କରିବା ପାଇଁ ବିଭିନ୍ନ ଉପକମିଟି ଗଠନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ