କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ
କୋଣାର୍କ (ଓ୍ବାଇଏନଏସ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସୁନାବେଶ ଉପଲକ୍ଷେ କୋଣାର୍କ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କ୍ଷତ୍ରିୟ ଖଣ୍ଡାୟତ ମହାସଂଘ, ଓଡ଼ିଶା, କୋଣାର୍କ ଶାଖା ପକ୍ଷରୁ ଅନ୍ନପ୍ରସାଦ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁନାବେଶ ଦର୍ଶନ ପାଇଁ କୋଣାର୍କକୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ନିମନ୍ତେ ମହାସଂଘ ପକ୍ଷରୁ ଏକ ସେବା କେନ୍ଦ୍ର ଖୋଲାଯାଇ ମାଗଣାରେ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ରାଜ୍ୟ କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ରାଜ୍ୟ ସଭାପତି ଅଶୋକ ଲେଙ୍କା, ରାଜ୍ୟ ସମ୍ପାଦକ ତନ୍ମୟ ମହାନ୍ତି, କୋଷାଧ୍ୟକ୍ଷ ତପନ ବେଉରା, କାର୍ଯ୍ୟକାରୀ ସଭାପତି ଗଣେଶ ନାୟକ, ଉପସଭାପତି ବିଘ୍ନରାଜ ମହାପାତ୍ର, ରାଜୀବ ବେଉରା, ରତ୍ନାକର ସାମଲ, ଜୀବନଜ୍ୟୋତି ରଣଜିତ, ମନୋଜ ମଙ୍ଗରାଜ, ଖିଲାଦିପ୍ତ ନାୟକ, ସୁମନ୍ତ ସାମନ୍ତରାୟ, ସୁରେଶ ଜେନା, ଅଜିତ ଜେନା, ସଂଗ୍ରାମ ସାହୁ ଓ କିଶୋର ବେହୁରାଙ୍କ ତତ୍ତ୍ୱାବଧାନରେ ଏହି ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ କୋଣାର୍କ ଶାଖା ସଭାପତି ତଥା ସମାଜସେବୀ ପ୍ରମୋଦ ଛୋଟରାୟ, ଉପଦେଷ୍ଟା ରଞ୍ଜିତ ଲେଙ୍କା, ମୁଖ୍ୟ ଉପଦେଷ୍ଟା ଦୁଃଶାସନ ନାୟକ, ସମ୍ପାଦକ ଚିନ୍ମୟ ନାୟକ, ରମେଶ ଜେନା, କୃଷ୍ଣଚନ୍ଦ୍ର ଜେନା, ସୌଭାଗ୍ୟ ସ୍ୱାଇଁ, ବାନାମ୍ବର ଭୂୟାଁ, କିଶୋର ଲେଙ୍କା, ସାଗର ସ୍ୱାଇଁ, ସୁଦର୍ଶନ ଶାସମଲ, କାଳନ୍ଦୀ ଚରଣ ପ୍ରଧାନ ଓ ଗୁରୁଦେବ ସାହୁଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶ୍ରଦ୍ଧାଳୁମାନଙ୍କୁ ସେବା ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଅରୁଆ ଅନ୍ନ, ଡାଲମା, ଖଟା ଓ କ୍ଷୀରି ଆଦି ଅନ୍ନପ୍ରସାଦ ମାଗଣାରେ ବଣ୍ଟନ କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କ ନିମନ୍ତେ ମହାସଂଘ ପକ୍ଷରୁ ନିଆଯାଇଥିବା ଏହି ସେବାମୂଳକ ପଦକ୍ଷେପକୁ ସ୍ଥାନୀୟ ଲୋକେ ଓ ଶ୍ରଦ୍ଧାଳୁମାନେ ପ୍ରଶଂସା କରିଥିଲେ। ଭକ୍ତଙ୍କ ସେବା ଓ ମାନବିକତାର ଏହି ଉଦ୍ୟମ ମହାପ୍ରଭୁଙ୍କ ପ୍ରତି ଭକ୍ତି ଓ ସେବା ଭାବନାର ଏକ ଉତ୍କୃଷ୍ଟ ନିଦର୍ଶନ ବୋଲି ମତ ପ୍ରକାଶ ପାଇଛି ।


