ବରିଷ୍ଠ ସମାଜସେବୀ କନ୍ଧ ପରିଡାଙ୍କ ବିୟୋଗ

ଆସିକା  (ୱାଇଏନ୍‍ଏସ୍‍) : ଆସିକା ପୌର ପରିଷଦ ଅଧିନସ୍ଥ ୧୮ ନମ୍ବର ୱାର୍ଡର ପାକଲାପଲ୍ଲୀ ଗ୍ରାମର ବାସିନ୍ଦା ତଥା ବରିଷ୍ଠ ସମାଜସେବୀ ଓ ଆଧ୍ୟାତ୍ମିକପ୍ରେମୀ କନ୍ଧ ପରିଡା (ବୟସ ପ୍ରାୟ ୮୦ ବର୍ଷ)ଙ୍କର ଅସୁସ୍ଥତାଜନିତ ଓ ବୟସାଧିକ କାରଣରୁ ଗୁରବାର ଅପରାହ୍ନରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ ପରିଡା ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ଆଧ୍ୟାତ୍ମିକପ୍ରେମୀ, ପରୋପକାରୀ, କର୍ତ୍ତବ୍ୟନିଷ୍ଟ, ସଚ୍ଚୋଟ ଓ ସୁସଂଗଠକ ବ୍ୟକ୍ତି ରୂପେ ଆସିକା ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି। ଆସିକା ପୌର ପରିଷଦ ଅଧୀନସ୍ଥ ୧୮ ନମ୍ବର ୱାର୍ଡର ପାକଲାପଲ୍ଲୀ ଗ୍ରାମର ବାସିନ୍ଦା ପରୋପକାରୀ ବ୍ୟକ୍ତି ତଥା ବରିଷ୍ଠ ସମାଜସେବୀ କନ୍ଧ ପରିଡାଙ୍କ ଅସୁସ୍ଥତାଜନିତ ଓ ବୟସାଧିକ କାରଣରୁ ଦେହାନ୍ତ ହୋଇଯାଇଥିବା ବେଳେ ଗୁରବାର ଅପରାହ୍ନରେ ତାଙ୍କର ଅନ୍ତିମ ସଂସ୍କାର ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ସଂପନ୍ନ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ନର୍ମଦା ପରିଡା, ପୁତ୍ର ତଥା ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା ଏବଂ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଭାପତି କାର୍ତ୍ତିକଶ୍ୱର ପରିଡା, ପ୍ୟାରୀମୋହନ ପରିଡା, ଫକୀର ପରିଡା, ପୁତ୍ରବଧୁ ତଥା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା ଏବଂ ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ନିର୍ଦ୍ଦେଶିକା ରିଙ୍କି ପୋଲାଇଙ୍କ ସମେତ ପରିବାରବର୍ଗ ଓ ଆତ୍ନୀୟସ୍ୱଜନ ଉପସ୍ଥିତ ଥିଲେ । ପରୋପକାରୀ ବ୍ୟକ୍ତି ତଥା ଆସିକା ଅଞ୍ଚଳର ଜଣାଶୁଣା ବରିଷ୍ଠ ସମାଜସେବୀ କନ୍ଧ ପରିଡାଙ୍କ ଅସୁସ୍ଥତାଜନିତ ଓ ବୟସାଧିକ କାରଣରୁ ଦେହାନ୍ତ ହୋଇଥିଲା ବେଳେ ତାଙ୍କର ବିୟୋଗରେ ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ପାଣିଗ୍ରାହୀ, ଅଜିତ୍‍ କୁମାର ଚୌଧୁୁରୀ, ସନ୍ତୋଷ କୁମାର ପାଣିଗ୍ରାହୀ, ପ୍ରିୟାଂଶୁ ଶେଖର ପରିଡା, ମାନସ ରଂଜନ ଗୌଡ, ରାଘବ କୁମାର ନାହାକ, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତିର ନିର୍ଦ୍ଦେଶକ ଇଂ ସଚ୍ଚିଦାନନ୍ଦ ରାଉତ ଏବଂ ଅଶ୍ୱିନୀ କୁମାର ବିଷୋୟୀ ଓ ରବିନ୍ଦ୍ର କୁମାର ସାମଲ ଏବଂ ଭଗବାନ ବେହେରା, ଲାଲାଶାସନ ଗ୍ରାମ୍ୟ କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, ଆସିକା ପୌର ପରିଷଦର ପୂର୍ବତନ କାଉନସିଲର ରବିନ୍ଦ୍ରନାଥ ପୋଲାଇ ଓ କୈଳାଶ ଚନ୍ଦ୍ର ପ୍ରଧାନ ଏବଂ ଏମ୍‍.ତାରିଣୀ ସେନାପତି ଓ ରଶ୍ମିତା ସେନାପତି, ବରିଷ୍ଠ ବିଜେଡି ନେତା ଅନିଲ୍‍ କୁମାର ନାୟକ, ସରପଞ୍ଚ ଜୟସେନ ସ୍ୱାଇଁ, ବିଜେଡି ନେତା ରବିନ୍ଦ୍ର ସାହୁ, କାହ୍ନୁଚରଣ ଦଳେଇ, ଦେବରାଜ ନାୟକ, ମନୋଜ କୁମାର ପ୍ରଧାନ, ସନ୍ତୋଷ କୁମାର ନାୟକ, ସମାଜସେବୀ ଅଜିତ୍‍ କୁମାର ଚୌଧୁରୀ, ସନ୍ତୋଷ କୁମାର ଉପାଧ୍ୟାୟ, ପ୍ରମୋଦ କୁମାର ସ୍ୱାଇଁ, ନନ୍ଦ କୁମାର ବିଷୋୟୀ, ଜିତେନ୍ଦ୍ର କୁମାର ବିଷୋୟୀ, ଅମୂଲ୍ୟ କୁମାର ଉପାଧ୍ୟାୟ, ଜ୍ୟୋତିରଂଜନ ପୋଲାଇ, କେଶବ ଦାଶ, ଆସିକା ପୌର ପରିଷଦର କାଉନସିଲର ନିଗମାନନ୍ଦ ରାଉତ ଓ ବନ୍ଦିତା ପ୍ରଧାନ, ବରିଷ୍ଠ ସମାଜସେବୀ ନିଗମାନନ୍ଦ ମହାନ୍ତି, ମଧୁସୂଦନ ପରିଡା, ନିରଂଜନ ପୋଲାଇ, ପ୍ରଫୁଲ ପୋଲାଇ, ନରହରି ପୋଲାଇ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଜିତେନ୍ଦ୍ର କୁମାର ମହାରଣା, ଶିବପ୍ରସାଦ ଶତପଥୀ, ଆକାଶ ସ୍ୱାଇଁ, ସମବାୟବିତ୍‍ ନୃସିଂହ ପ୍ରସାଦ ପଣ୍ଡା, ନୃସିଂହ ପ୍ରସାଦ ପଟ୍ଟନାୟକ, ଦୁର୍ଯ୍ୟୋଧନ ମହାଙ୍କୁଡ, ଅଲେଖନାଥ ପ୍ରଧାନ, କାହ୍ନୁଚରଣ ବେହେରା, ରାଜେଶ୍ୱର ପୋଲାଇ, ବିକ୍ରମ ପ୍ରଧାନ, ରଶ୍ମିତା ସେଠୀଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜିବୀ, ଶିକ୍ଷାବିତ୍‍, ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ