ସମବାୟ ଚିନିଶିଳ୍ପ ଆଖୁବିଭାଗର ସମୀକ୍ଷା ବୈଠକ

ଆସିକା (ୱାଇଏନ୍‍ଏସ୍‍) : ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁନାମ ଅର୍ଜନ କରି ଉନ୍ନତ ମାନର ବୋତଲ୍‍ ମଦ ଏବଂ ଉତ୍କୃଷ୍ଟ ଧରଣର ଚିନି ଉତ୍ପାଦନ କରିବାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଆସିକା ସମବାୟ ଚିନିଶିଳ୍ପ ଲିଃ ପରିସରଭୁକ୍ତ ଅଞ୍ଚଳରେ ଆଖୁଚାଷର ବ୍ୟାପକ ପ୍ରସାର ଓ ପ୍ରଚାର ସାଙ୍ଗକୁ ଚୁକ୍ତିଭୁକ୍ତ ଆଖୁଚାଷୀମାନଙ୍କ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ସାଙ୍ଗକୁ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ଆଖୁଚାଷ କରିବା ଲାଗି ଆଖୁଚାଷୀମାନେ ଯେପରି ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରିପାରିବେ ତାହାକୁ ଦୃଷ୍ଟିରେ ରଖି ଏହି ପୁରାତନ ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା ଅହରହ ପ୍ରୟାସ ଜାରି ରଖିଥିବା ଦେଖିବାକୁ ମିଳୁଛି । ଆସିକା ସମବାୟ ଚିିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ସମବାୟ ବିଭାଗର ଜଣେ ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ଅଫିସର ରୂପେ ପରିଚିତ ଥିବା ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପରାମର୍ଶକ୍ରମେ ଶିଳ୍ପାନୁଷ୍ଠାନର ସମ୍ମିଳନୀ କକ୍ଷରେ ଆଖୁ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ସମବାୟ ଚିନିଶିଳ୍ପର ଆଖୁ ପରାମର୍ଶଦାତା ବଳରାମ ସୁବୁଦ୍ଧିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଶିଳ୍ପାନୁଷ୍ଠାନର ସଂପାଦକ ସନ୍ତୋଷ କୁମାର ମଲିକ, ବିଭାଗୀୟ କିରାଣୀ ପ୍ରଶାନ୍ତ କୁମାର କର, ସାର ବଣ୍ଟନ ଦାୟିତ୍ୱରେ ଥିବା କର୍ମଚାରୀ ବିଭୁତି ପ୍ରସାଦ ବେହେରା, ଆଖୁ ଉନ୍ନୟନ ପର୍ଯ୍ୟବେକ୍ଷକ ବାଇଧର ନାହାକ, ଦିଲୀପ କୁମାର ସ୍ୱାଇଁ, ଚିରଞ୍ଜିବୀ ମହାନ୍ତି, ଧ୍ରୁବଚରଣ ସାହୁ, କାମେଶ୍ୱର ବେହେରା, ଆଖୁ ଉନ୍ନୟନ ସହାୟକ ଚନ୍ଦ୍ରଶେଖର ଗୌଡ, ଲଡୁକିଶୋର ଗୁରୁ, ଜଗନ୍ନାଥ ପଟ୍ଟନାୟକ, ଲଲାଟେନ୍ଦୁ ସ୍ୱାଇଁ, ସୁଶାନ୍ତ କୁମାର ଗୌଡ, ଅମିତ୍‍ କୁମାର ବିଶ୍ୱାଳ, ରାଜା ବିଶ୍ୱାଳ, ବାବୁଜହ୍ନ ପ୍ରଧାନ, ସନ୍ତୋଷ କୁମାର ସାହୁ, ଦେବେନ୍ଦ୍ର ସାହୁ, ଆଶିଷ୍‍ କୁମାର ପରିଡା, ରାଜକିଶୋର ପାଢୀ, ଅମୀୟ କୁମାର ବିଶ୍ୱାଳ, ଧବଳେଶ୍ୱର ମହାନ୍ତି, ରାକେଶ୍‍ କୁମାର ସିୟ, ବିଷ୍ଣୁ ବେହେରା, ଗୌରାଙ୍ଗ ସ୍ୱାଇଁ, ଅଶୋକ କୁମାର ଘଡେଇ, କମଳକାନ୍ତ ସ୍ୱାଇଁ, ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରଦୀପ କୁମାର ପଟ୍ଟନାୟକ, କମ୍ବୁଚରଣ ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଆଖୁଚାଷର ବହୁଳ ପ୍ରସାର ସଂକ୍ରାନ୍ତୀୟ ବିଭିନ୍ନ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସମବାୟ ଚିନିଶିଳ୍ପ ଆଖୁ ଉନ୍ନୟନ ବିଭାଗର ଏହି ମାସିକ ସମୀକ୍ଷା ବୈଠକରେ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଆଖୁ ଉନ୍ନୟନ ପ୍ରଯୁକ୍ତି ମିଶନ୍‍ ୨୦୨୫-୨୬ ଋତୁରେ ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଳକର ଦମାହାଣ୍ଡି ଗ୍ରାମରୁ ଉନ୍ନତ କିସମର ଅଧିକ ଅମଳଯୁକ୍ତ ଏବଂ ସର୍ବାଧିକ ସର୍କରାଯୁକ୍ତ ଆଖୁ ବିହନ ଆଣିବା ସାଙ୍ଗକୁ ଆଖୁ ବିହନ ବାଡ ବୃଦ୍ଧି, ଆଖୁଚାରା ରୋପଣ, ଆଖୁଚାଷୀଙ୍କୁ ଆବଶ୍ୟକତା ଅନୁଯାୟୀ ସାର ଓ ବିହନ ଯୋଗାଣ, ଆଖୁଚାଷ ହେଉଥିବା ଅଞ୍ଚଳରେ ଚାଷୀ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସମେତ ଆଖୁଚାଷ ପ୍ରସାର ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃôତ ଆଲୋଚନା କରାଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ