ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ
ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବାଣିଜ୍ୟ ବିଭାଗରେ ଏକ ଭବ୍ୟ ସଭାର ଆୟୋଜନ କରାଯାଇଥିଲା। କୁଳପତି ପ୍ରଫେସର ଅସୀମା ସାହୁଙ୍କ ପ୍ରେରଣାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରକାଶ ଚନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ ବିନିମୟ ବ୍ୟସ୍ଥାଠାରୁ କୃତ୍ରିମ ବୁଦ୍ଧିମତ୍ତା ପର୍ଯ୍ୟନ୍ତ ବାଣିଜ୍ୟର ବିବର୍ତ୍ତନ ଧାରା ଉପରେ ଆଲୋକପାତ କରି ଭାରତର ଅର୍ଥନୈତିକ ବିକାଶରେ ବାଣିଜ୍ୟ ଶିକ୍ଷାର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ ଅର୍ଥନୈତିକ ପ୍ରଗତିର ବାହକ ଭାବରେ ବାଣିଜ୍ୟର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗମୁଖ୍ୟ ଡ. ଅନ୍ନପୂର୍ଣ୍ଣା ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଶ୍ରୀ ମହେଶ କୁମାର ମିଶ୍ର ସଭା ପରିଚାଳନା କରିଥିଲେ l ଶେଷରେ ଅଧ୍ୟାପିକା ଅନୀତା ପାତ୍ର ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିବା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l


