ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ବେକାରୀଙ୍କୁ ରୋଜଗାରକ୍ଷମର ବ୍ୟବସ୍ଥା

ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜିଲ୍ଲାର ବିଭିନ୍ନ ଆଦିବାସୀ ଗ୍ରାମର ଅଧାରୁ ପାଠ ଛାଡି ବେକାର ହୋଇ ଘରେ ବସିଥିବା ୧୩ ଜଣ ଗରିବ ଶିଶୁଙ୍କୁ ଏସ୍କର୍ଟ ସହ ବଲାଙ୍ଗୀରକୁ ହୋଟେଲ ମ୍ୟାନେଜମେଣ୍ଟ ତାଲିମ ପାଇଁ ପଠାଯାଇଛି। ଏହି ପ୍ରଶିକ୍ଷଣ ପିଲାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସେମାନଙ୍କ ଭବିଷ୍ୟତକୁ ଉଜ୍ଜ୍ବଳ କରିବାରେ ବିଶେଷ ସହାୟକ ହେବବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ବାସ କରୁଥିବା ସମସ୍ତ ସୁରକ୍ଷା ଓ ଯତ୍ନ ଆବଶ୍ୟକ କରୁଥିବା ଶିଶୁ ମାନଙ୍କର ଶିକ୍ଷା , ସ୍ୱାସ୍ଥ୍ୟ ଓ ସାମାଜିକ ପୁନଃ ଥଇଥାନ ପାଇଁ ନିରନ୍ତର ଭାବେ କାର୍ଯ୍ୟ କରି ଆସୁଛି l ଗତ ଦୁଇ ବର୍ଷ ମଧ୍ୟରେ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳ ମାନଙ୍କରୁ ୩୨ ଜଣରୁ ଅଧାରୁ ପାଠ ଛାଡି ରହୁ ଥିବା ଯୁବକ ଓ ଯୁବତୀ ମାନଙ୍କୁ ଚିହ୍ନଟ କରି ସେମାଙ୍କୁ ବିଭିନ୍ନ ଧନ୍ଦା ମୂଳକ ଶିକ୍ଷା ପ୍ରଦାନ କରିବା ସହ ସେମାଙ୍କୁ ଆତ୍ମ ନିର୍ଭରଶୀଳ ହେବାର ସୁଯୋଗ ସୃଷ୍ଟି କରିଅଛି l ତନ୍ମଧ୍ୟରୁ ୧୭ ଜଣ ଯୁବକ ଯୁବତୀ ସେମାନଙ୍କର ଶିକ୍ଷା ସମାପ୍ତ କରି ବିଭିନ୍ନ ସରକାରୀ ଓ ବେସରକାରୀ କର୍ମ ଅନୁଷ୍ଠାନ ମାନଙ୍କରେ ନିଯୁକ୍ତି ପାଇବା ସହ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି l ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଙ୍କ ନିର୍ଦେଶକ୍ରମେ ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ବହୁଳ ଭାବେ ତ୍ୱରାନ୍ୱିତ କରି ବେରୋଜଗାର ଯୁବକ ଯୁବତୀ ମାନଙ୍କୁ ଆତ୍ମନିର୍ଭରଶୀଳତାର ସୁଯୋଗସୃଷ୍ଟି କରିବା ସଂଗେ ସଂଗେ ଜିଲ୍ଲାରେ ଶିଶୁ ଶ୍ରମିକ, ବାଲ୍ୟ ବିବାହ ଓ ଶିଶୁ ଚାଲାଣ ଆଦି ବ୍ୟବସ୍ଥା କୁ ରୋକିବାର ପ୍ରୟାସ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମାଲକାନଗିରି ଦ୍ୱାରା ଜାରିରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ