ଅଗଷ୍ଟ ୧୦ରେ କିଷାନ୍ ମୋର୍ଚ୍ଚା ଓ ଶ୍ରମିକ ସଂଗଠନମାନଙ୍କର ମିଳିତ ଆହ୍ୱାନରେ ଗଣବିକ୍ଷୋଭ

ବାଲେଶ୍ୱର, (ଓ୍ବାଇଏନଏସ): କିଷାନ୍ ମୋର୍ଚ୍ଚା ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍‌ର ମିଳିତ ମଞ୍ଚର ଆହ୍ୱାନକ୍ରମେ ଚଳିତ ଅଗଷ୍ଟମାସ ୧୦ ତାରିଖ ସୋମବାର ଦିନ ଦେଶବ୍ୟାପୀ ପ୍ରତିବାଦ ଅନୁଷ୍ଠିତ ହେବ। ୪ଟି କଳା ଶ୍ରମ କୋଡ଼୍ ବାତିଲ, ସ୍କିମ୍ ୱାର୍କରଙ୍କୁ କର୍ମଚାରୀ ମାନ୍ୟତା, ସରକାରୀ ସଂସ୍ଥାର ଘରୋଇକରଣ ବନ୍ଦ କରିବା, କୃଷିଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପ୍ରଦାନ କରିବା, ବନ୍ୟା କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିକରି ବାଲେଶ୍ୱର ଶ୍ରମିକ ଓ କୃଷକ ସଂଗଠନମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ଦିନ ୧୦ଟାରେ ବାଲେଶ୍ୱର ରେଳଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଫାଟକ ନିକଟରେ ପହଞ୍ôଚବ। ଆସନ୍ତା ଶନିବାର ଦିନ୧୧ଟାରେ ପରିବର୍ଦ୍ଧିତ ବୈଠକରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ ସମେତ କୃଷକ ସଂଗଠନମାନଙ୍କ ନେତୃବୃନ୍ଦ ଯୋଗଦେବାକୁ ଆବାହକ ତଥା ଟିୟୁଏସିସିର ସାଧାରଣ ସଂପାଦକ ନିବେଦନ କରିଛନ୍ତି। ବୁଧବାରଦିନ ପୂର୍ବାହ୍ନରେ ବରିଷ୍ଠ କୃଷକନେତା ନିର୍ମଳ ନାୟକଙ୍କ ଅଧ୍ୟକ୍ଷତାରେ ଉଠାଜଳ ସେଚନ କର୍ମଚାରୀ ସଂଘଗୃହରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଗଣ ସଂଗଠନ ପକ୍ଷରୁ ଭାଗବତ ପ୍ରତିହାରୀ, ଶିଶିରହୁଇ, ସୀତାଂଶୁ ସେନାପତି, ଅରୁଣ ଜେନା, ଶ୍ୟାମସୁନ୍ଦର ଜେନା, ଶରତ ଚନ୍ଦ୍ର ଦଳାଇ, ରାଜକିଶୋର ଲେଙ୍କା, ପୂର୍ଣ୍ଣଚନ୍ଦ୍ର ପାତ୍ର, ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆସନ୍ତା ଦଶ ତାରିଖ ଗଣବିକ୍ଷୋଭ ସଫଳ କରିବାକୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଭରତ ଚନ୍ଦ୍ର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ