ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ପିଏମଶ୍ରୀ ନୋଡାଲ ହାୟେର ସେକେଣ୍ଡାରୀ ସ୍କୁଲ ପରିସରରେ ବିଦ୍ୟାଳୟର ଦୁଇ ଶିକ୍ଷକ ସୋମନ ଶବର ଓ ଟଙ୍କଧର ମାଝୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ ମାଝୀଙ୍କ ସଭାପତିତ୍ୱ ଓ ବରିଷ୍ଠ ଶିକ୍ଷୟତ୍ରୀ ଏମ.ସାଇଲଷ୍ମୀ ପାତ୍ରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥିଭାବେ ଏସଏମସି ସଭାପତି ଭଗବାନ ବୋନଛର,ପୂର୍ବତନ ସଭାପତି ନନ୍ଦ କିଶୋର ପଟ୍ଟନାୟକ, ପଞ୍ଚସଖା ଶିକ୍ଷା ସେତୁ ପ୍ରଣବ ନିଶଙ୍କ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ସଭାର ଶୁଭାରମ୍ଭ କରିଥିଲେ। ପରେ ସ୍କୁଲରୁ ବିଦାୟ ନେଇଥିବା ଶିକ୍ଷକ ଶ୍ରୀ ଶବର ଓ ଶ୍ରୀ ମାଝୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ପରେ ଅତିଥି ମାନେ ଚାକିରୀ କ୍ଷେତ୍ରରେ ବିଦାୟ ଓ ଅବସର ନିଶ୍ଚିତ କିନ୍ତୁ ଦୀର୍ଘ ବର୍ଷ ଧରି ବିଦ୍ୟାଳୟରେ କାର୍ଯ୍ୟ କରିଥିବା ବେଳେସହଯୋଗୀ ଶିକ୍ଷକ,ଶିକ୍ଷୟତ୍ରୀ,କର୍ମଚାରୀ ଓ ଛାତ୍ରୀଛାତ୍ର ମାନଙ୍କ ସହ ବିତାଇଥିବା ଅଭୁଲା ସ୍ମୁର୍ତି ଓ ସେମାନଙ୍କ ପ୍ରତି ରହିଥିବା ଆନ୍ତରିକତାକୁ ଛାଡି ଯିବାବେଳେ ବହୁତ ଦୁଃଖ ଲାଗେ ବୋଲି ପ୍ରକାଶ କରିଥିଲେ l ସେହିପରି ଛାତ୍ରଛାତ୍ରୀ ଅନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଶ୍ରୀ ଶବର ଓ ଶ୍ରୀ ମାଝୀ ଜଣେ ଶାନ୍ତ,ସରଳ ଓ ମିଃଷ୍ଟିଭାଷୀ ଥିଲେ l ତାଙ୍କ ଠାରୁ ବହୁତ ଜ୍ଞାନ ଶିଖିଥିବା ପ୍ରକାଶ କରିଥିଲେ l ପରେ ସମସ୍ତ ଶିକ୍ଷୟତ୍ରୀ, ଶିକ୍ଷକ,ଛାତ୍ରୀଛାତ୍ର ଓ କର୍ମଚାରୀ ମାନେ ଅବସର ଗ୍ରହଣ କରିଥିବା ଦୁଇ ଜଣ ଶିକ୍ଷକଙ୍କ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ଦୀର୍ଘ ପାଞ୍ଚ ବର୍ଷ ଧରି ଏସଏମସି ସଭାପତି ଭାବେ ନନ୍ଦ କିଶୋର ପଟ୍ଟନାୟକ କାର୍ଯ୍ୟ ତୁଲାଇଥିଲେ ତାଙ୍କୁ ମଧ୍ୟ ସ୍କୁଲ ତରଫରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅବସର ଗ୍ରହଣ କରିଥିବା ଦୁଇ ଜଣ ଶିକ୍ଷକ ସମସ୍ତ ସାଥୀ ଶିକ୍ଷୟତ୍ରୀ ଶିକ୍ଷକଙ୍କୁ ଓ ଛାତ୍ରଛାତ୍ରୀ ମାନଙ୍କ ଠାରୁ ବିଦାୟ ନେବା ବହୁତ ଦୁଃଖ ଅନୁଭବ କରିବା ସହ ଚାକିରୀ ଜୀବନର ବିଭିନ୍ନ ଅଭୁଲା ସ୍ମୁର୍ତି ଗୁଡିକୁ ଭାବ ବିହୁଳ ହୋଇ ନିଜ ଅଭିଭାଷଣରେ କହିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷୟତ୍ରୀ ସୁନିତା ପାଣି,ନନ୍ଦିନୀ ଦାସ, ଵାଣିଶ୍ରୀ ପଣ୍ଡା, ବିଜ୍ଞାନୀ ଗୌଡ଼,ରଶ୍ମିରାଣୀ ସେଠୀ, ଜ୍ୟୋତି ନାଗ, ଅଦିତି ଚୌଧୁରୀ, ଶିକ୍ଷକ ଅନିଲ ଶବର,କର୍ମଚାରୀ ଏଲ.ଗୀତା,ଚନ୍ଦନ ମଣ୍ଡାଙ୍ଗୀ,ବନ୍ଦନା ବଳିୟାରସିଂ ପ୍ରମୁଖଙ୍କ ସମେତ ଅନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ଓ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ରହିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ