ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା ସ୍ତରୀୟ ପ୍ରତିନିଧି ଦଳ ପରିଦର୍ଶନ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ର ଅଧିକ୍ଷିକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱ ରେ ଜିଲ୍ଲା ସ୍ତରୀୟ ୩ଜଣିଆ ପ୍ରତିନିଧି ପରିଦର୍ଶନ କରି ଇନ୍ଫେକ୍ସନ ପ୍ରିଭେନ୍ଶନ୍ କଣ୍ଟ୍ରୋଲ ସମୀକ୍ଷା କରିଛନ୍ତି l ଏହା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପ୍ରସବ ଗୃହ, ଅସ୍ତ୍ରୋପଚାର ଗୃହ, ପରୀକ୍ଷାଗାର କେନ୍ଦ୍ର, ଓପିଡି, ଆଇ.ପି.ଡି ଏବଂ ଅନ୍ୟାନ୍ୟ ୟୁନିଟ ଗୁଡ଼ିକ ବୁଲି ଦେଖିଥିଲେ l ଶେଷରେ ଜିଲ୍ଲା ସ୍ତରୀୟ ପ୍ରତିନିଧି ଦଳ ପକ୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ୟୁନିଟ୍ ଗୁଡ଼ିକ ଗାଇଡଲାଇନ୍ସ ଅନୁସାରେ ସେ କାର୍ଯ୍ୟ ଗୁଡ଼ିକ ତ୍ୱରାନ୍ୱିତ ହେଉଥିବାରୁ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷିକ ଡାକ୍ତର ସ୍ୱାଧୀନ ରଥ ଏବଂ ତାଙ୍କ ଟିମ କୁ ପ୍ରଂଶସା କରିଥିଲେ । ଏହି ଅବସର ରେ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷିକ ଡାକ୍ତର ସ୍ୱାଧୀନ ରଥ,ଡାକ୍ତର ଅଜିତ ନାୟକ, ପି ଏଚ ଇଓ ବରୁଣ କୁମାର ପାଣିଗ୍ରାହୀ,ବିପିଏମ ଶଶାଙ୍କ ଶେଖର ପଣ୍ଡା, ବିଏ ଏମ ଦେବାଶିଷ ପାତ୍ର, ବିଡ଼ିଏମ ଶିବାନୀ ସେନାପତି ଙ୍କ ସମେତ ଫାର୍ମାସିଷ୍ଟ ଓ ନର୍ସ ମାନେ ଉପସ୍ଥିତ ଥିଲେ l


