ରକ୍ତଦାନ ଶିବିର ଅନୁଷ୍ଠିତ

ଆସିକା  (ୱାଇଏନ୍‍ଏସ୍‍) : ଜନ୍ମଦିନ ଉତ୍ସବକୁ କେକ୍ କାଟି ଜାକ୍‌ଜକମରେ ପାଳନ କରିବା ପରିବର୍ତ୍ତେ ରକ୍ତଦାନ ଶିବିର ଆୟୋଜନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆସିକା ଅଞ୍ଚଳର ବରିଷ୍ଠ ସମାଜସେବୀ ତଥା ଜଗନ୍ନାଥ ସଂସ୍କୃତିପ୍ରେମୀ ବଂଶୀଧର ନାହାକ। ରକ୍ତ ଭଣ୍ଡାରରେ ରକ୍ତର ଆବଶ୍ୟକତାକୁ ଦୁର କରିବା ପାଇଁ ନିଜର ୫୪ତମ ଜନ୍ମଦିନରେ ବରିଷ୍ଠ ସମାଜସେବୀ ବଂଶୀଧର ନାହାକ କଲେଜଛକ ସ୍ଥିତ ନାଏରା ପେଟ୍ରୋଲ ପମ୍ପ ନିକଟରେ ଆୟୋଜନ କରିଥିଲେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର। ବରିଷ୍ଠ ସମାଜସେବୀ ବଂଶୀଧର ନାହାକଙ୍କ ପତ୍ନୀ ଭାଗ୍ୟଲତା ସାମଲ, ଭାଇ ଦୁଃଖୀଶ୍ୟାମ ନାହାକ, ପୁତ୍ର ଶିବଶ୍ରଦ୍ଧା ନାହାକଙ୍କ ସମେତ ଶହଶହ ଶୁଭେଛୁ ଓ ସମର୍ଥକ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିବା ଲକ୍ଷ୍ୟ କରାଯାଇଥିଲା। ନିଜ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବରିଷ୍ଠ ସମାଜସେବୀ ତଥା ଜଗନ୍ନାଥ ସଂସ୍କୃତିପ୍ରେମୀ ବଂଶୀଧର ନାହାକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ କରିଥିବା ଯୋଗୁଁ ସାଧାରଣରେ ତାଙ୍କର ଏହି ମହତ୍ ପଦକ୍ଷେପକୁ ବିଭିନ୍ନ ମହଲରେ ଉଚ୍ଚପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି। ଏହି ରକ୍ତଦାନ ଶିବିରରେ ୪୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ବଡ ମେଡିକାଲ ରକ୍ତଭଣ୍ଡାରର ଡାକ୍ତର ପୁନମ୍‍ ବେହେରା, କର୍ମଚାରୀ ପ୍ରଦୀପ କୁମାର ସୁବୁଦ୍ଧି, ଗୋପାଳକୃଷ୍ଣ ସାହୁ, ଡମ୍ବୁରୁ ବାହାଦୁର କାର୍କି, ବିକ୍ରମ୍‍ ଦୀକ୍ଷିତ୍‍ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହଯୋଗ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ସମାଜସେବୀ ବୁଦ୍ଧିରାମ ନାହାକ, ସୁଦର୍ଶନ ନାହାକ, ଗୋପୀନାଥ ସ୍ୱାଇଁ, ଅନ୍ତର୍ଯ୍ୟାମୀ ନାହାକ ବହୁ ଯୁବପିଢୀ ଉପସ୍ଥିତ ରହି ପରିଚାଳନାରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । (

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ