ବିଦ୍ୟୁତ୍‍ ଆଘାତରେ ଶ୍ରମିକର ମୃତ୍ୟୁ

ଆସିକା (ୱାଇଏନ୍‍ଏସ୍‍): ଆସିକା ବ୍ଳକ ଓ ଆସିକା ଥାନା ଅନ୍ତର୍ଗତ ଆଲିପୁର ଗ୍ରାମ ପଞ୍ଚାୟତର କୋଠାର ଛାତ ନିର୍ମାଣ ବେଳେ ଅଘଟଣ ଘଟି ଭିକାରୀ ଗୌଡ (ବୟସ ପ୍ରାୟ ୫୩ ବର୍ଷ) ନାମକ ଜନୈକ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ବେଳେ ସୁମିତ୍ରା ନାୟକ ନାମକ ଜନୈକା ମହିଳା ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଆସିକା ଥାନା ଅନ୍ତର୍ଗତ କୋଟିବାଡି ଗ୍ରାମର ଭିକାରୀ ଗୌଡ ଆଲିପୁର ପଞ୍ଚାୟତ କାର୍ଯ୍ୟାଳୟର ଛାତକାର୍ଯ୍ୟ କରୁଥିଲା ବେଳେ କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ଲାଗି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଇଲେ । ଘଟଣା ସଂକ୍ରାନ୍ତରେ ମୃତ ଶ୍ରମିକ ଭିକାରୀ ଗୌଡଙ୍କ ପୁତୁରା ପ୍ରଶାନ୍ତ କୁମାର ଗୌଡ ଆସିକା ଥାନାରେ ଏକ ଲିଖିତ ଏତଲା ଦାୟର କରିବା ପରେ ପୋଲିସ ୨୩/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଆଲିପୁର ଗ୍ରାମ ପଞ୍ଚାୟତର କୋଠା ନିର୍ମାଣ କାର୍ଯ୍ୟାଦେଶ କାହା ନାମରେ ଥିଲା ଓ କିଏ କାମ କରୁଥିଲା ଏବଂ କାର୍ଯ୍ୟରତ ଶ୍ରମିକମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ କି ପଦକ୍ଷେପ ନିଆଯାଇଥିଲା ତାହାକୁ ନେଇ ସାଧାରଣରେ ନାନା କଥା ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ବିଦ୍ୟୁତ୍‍ ଆଘାତରେ ମୃତ୍ୟୁବରଣ କରିଥିବା ଭିକାରୀ ଗୌଡ ତାଙ୍କର ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିବାରୁ ବିୟୋଗରେ ପରିବାରବର୍ଗ ଭାଙ୍ଗି ପଡିଥିଲା ବେଳେ ପର୍ଯ୍ୟାପ୍ତ ପରିମାଣର କ୍ଷତିପୂରଣ ମୃତକଙ୍କ ପରିବାରବର୍ଗଙ୍କୁ ପ୍ରଦାନ ପାଇଁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ