ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପୁର୍ନଗଠନ
ବଡସାହି,(ନିରଞ୍ଜନ ମହାନ୍ତ): ବଡ଼ସାହି ପଞ୍ଚାୟତ ସମିତି ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଛତିଶ କୁମାର ଦାସଙ୍କ ସଭାପତିତ୍ଵରେ ସରକାରଙ୍କ ନିୟମାନୁସାରେ(ଚିଠି ନମ୍ବର ୪୦୮୯୫/ତା ୨୮. ୦୭. ୨୦୨୬) ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ପୁର୍ନଗଠନ ହୋଇଯାଇଅଛି। ଏଥିରେ ଡ଼ ରିତୁଲତା ବିଶ୍ୱାଳ ପ୍ରୋସିଡିଙ୍ଗ ଅଫିସର ଭାବରେ ଉପସ୍ଥିତ ରହି ବୈଠକର ଆରମ୍ଭ, କାର୍ଯ୍ୟବିବରଣୀ ସହ ସ୍ୱାଗତ ଭାଷଣ ରଖିଥିଲେ। କମିଟିର ସଦସ୍ୟ ଅଧ୍ୟାପକ ବିନୋଦ କୁମାର ପରିଡ଼ା ଆଇ ସି ସି କମିଟି ସମ୍ୱନ୍ଧୀୟ ସଂସ୍ଥାର ଆଇନ୍ ନୀତିର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। କମିଟିର ସଦସ୍ୟ ଥିବା ଅଣଶିକ୍ଷକ କର୍ମଚାରୀ ସୁବାସ ଚନ୍ଦ୍ର ବେହେରା ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦଙ୍କ ସୁରକ୍ଷା ନିମନ୍ତେ ଆଭ୍ୟନ୍ତରୀଣ କମିଟି ର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ଏହି କମିଟିରେ ନୂତନ ସଦସ୍ୟ ଭାବେ ଅଧ୍ୟାପିକା ମିସ୍ ସ୍ୱର୍ଣ୍ଣକାନ୍ତା ମହୋଦୟା ଓ ଆଇନଜୀବୀ ପ୍ରଭାସ ଚନ୍ଦ୍ର ଭୋଇଙ୍କୁ ମନୋନୀତ କରାଯାଇଅଛି। ତତ୍ସହିତ ସମସ୍ତ ଛାତ୍ରଛାତ୍ରୀଙ୍କ ସର୍ବସମ୍ମତି କ୍ରମେ ଦୁଇଜଣ ଛାତ୍ରୀଙ୍କୁ ସଦସ୍ୟ ଭାବରେ ମନୋନୀତ କରାଯାଇଥିଲା। ଏହି ବୈଠକରେ ଗଣିତ ବିଭାଗର ପ୍ରାଧ୍ୟାପକ ଫକୀର ଚରଣ ସାହୁ, ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ସାତୁଆ, ଶୈଳେଶ୍ ବେହେରା, ଅନିରୁଦ୍ଧ ପଣ୍ଡା, ପାର୍ଥସାରଥି ବିଶ୍ୱାଳ, ଶ୍ରବଣ ମହାପାତ୍ର, ଗୁଲୁ ସୋରେନ୍, ବିମଲ୍ କାରୁଆ ଆଦି ଅଧ୍ୟାପକ ବୃନ୍ଦ ଓ ଅଣଶିକ୍ଷକ କର୍ମଚାରୀ କମିଟିର ସଦସ୍ୟ ମଞ୍ଜୁଳା ମହାପାତ୍ର, ସତ୍ୟବ୍ରତ ମହାନ୍ତ, ଡେମନ୍ଷ୍ଟ୍ରେଟର ରଞ୍ଜିତା ପରିଡ଼ା, ରଞ୍ଜିତା ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଓଡ଼ିଆ ବିଭାଗର ଅଧ୍ୟାପିକା ମିସ୍ ସ୍ଵର୍ଣ୍ଣକାନ୍ତା ଧନ୍ୟବାଦ ଅର୍ପଣ କରିଥିଲେ।


