ଚକ୍ରତୀର୍ଥରେ ଲକ୍ଷ୍ମୀ ନାରାୟଣ ୟୁଥ୍ କ୍ଲବ ପକ୍ଷରୁ ପ୍ରସାଦ ବଣ୍ଟନ
ହାଟଡିହି: (ଚିତ୍ତ ରଞ୍ଜନ ଦାଶ) ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ଚକ୍ରତୀର୍ଥ ପୀଠରେ ଲକ୍ଷ୍ମୀ ନାରାୟଣ ୟୁଥ୍ କ୍ଲବ ଚୋରଗଡ଼ିଆ ପକ୍ଷରୁ ଏକ ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରାବଣ ସୋମବାର ଅବସରରେ ଶିବ ଆରାଧନା ପାଇଁ ଚକ୍ରତୀର୍ଥ ପୀଠକୁ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା। ଏହି ଅବସରରେ କ୍ଲବର ସଦସ୍ୟମାନେ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ପ୍ରଦାନ କରି ସେବା କରିଥିଲେ। ଭକ୍ତି ସହିତ ସେବା ଓ ସହଯୋଗର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ବହୁ ଶ୍ରଦ୍ଧାଳୁ ପ୍ରସାଦ ଗ୍ରହଣ କରିଥିଲେ। ପୀଠରେ ଭକ୍ତଙ୍କ ଭିଡ଼ ମଧ୍ୟରେ ଭୋର ୫ ଟା ବେଳୁ ୟୁଥ୍ କ୍ଲବର ସଭାପତି ଦୀପ୍ତିରଞ୍ଜନ ଦାସ, ସଞ୍ଜୀବ ନାୟକ, ମନୋରଞ୍ଜନ ନାୟକ, ମନୋରଞ୍ଜନ ଦାସ, ଦିବ୍ୟରଞ୍ଜନ ନାୟକ, ପ୍ରଦୀପ ସାହୁ, ଅଙ୍କିତ ବେହେରା, ବିପ୍ଲବ ଜେନା, ବିକାଶ ଜେନା, ସୌଭାଗ୍ୟ ଜେନା, ଅମିତ ସାମଲ, ପାପୁନ ସାହୁ, ଆଲୋକ ନାୟକ, ରାଜା ସାହୁ, ଦିବ୍ୟଜ୍ୟୋତି ନାୟକ, ବାପୁନ ସାମଲ, ପାପାଲି ନାୟକ, ରଘୁନାଥ ବେହେରା, ମଣ୍ଟୁ ସାହୁ, ମହେଶ୍ୱର ସାହୁ, ରାକେଶ ଜେନା, କେଳା ସାହୁ, ସୁବ୍ରତ ନାୟକ, ଜାକେଶ ଜେନା, ସ୍ମୃତିରଞ୍ଜନ ଦାସ, ଜ୍ୟାକି ସାମଲ, ମିକି ସାମଲ, ବିଶ୍ୱରଞ୍ଜନ ଦାସ, ଲାଲୁ ଜେନା, ରାଜୀବ ନାୟକଙ୍କ ସମେତ ସମସ୍ତ ସଦସ୍ୟମାନେ ଶୃଙ୍ଖଳିତ ଭାବେ ପ୍ରସାଦ ବଣ୍ଟନ କରିଥିଲେ। ଲକ୍ଷ୍ମୀ ନାରାୟଣ ୟୁଥ୍ କ୍ଲବର ଏଭଳି ସେବାମୂଳକ କାର୍ଯ୍ୟକୁ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ। ଧାର୍ମିକ ଉତ୍ସବ ସମୟରେ ଲୋକଙ୍କ ସେବା ଓ ସହଯୋଗ ପାଇଁ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରଖିବାକୁ କ୍ଲବ ପକ୍ଷରୁ ପ୍ରୟାସ କରାଯିବ ବୋଲି କୁହାଯାଇଛି।


