ସ୍ୱାସ୍ଥ୍ୟକେନ୍ଦ୍ର ଜନ ଆରୋଗ୍ୟ ସମିତି ପରିଚାଳନା ପରିଷଦ ବୈଠକ
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ , କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ର ଜନ ଆରୋଗ୍ୟ ସମିତି ପରିଚାଳନା ପରିଷଦ ବୈଠକ ସ୍ୱାସ୍ଥ୍ୟ କେନ୍ଦ୍ରର ସମ୍ମିଳନୀ କକ୍ଷରେ ୧୨/୮/୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ ତଥା ପରିଚାଳନା ସମିତି ଚେୟାରମ୍ୟାନ ଗଙ୍ଗାପାଣି ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡଟ ଡାକ୍ତର ଅରୁଣ କୁମାର ପଣ୍ଡା, ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ମେଡିକାଲ ଅଫିସର ଡାକ୍ତର ପ୍ରଣୟନି ସାହୁ, ମେଡିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ବିଏଏମ ସଞ୍ଜୟ କୁମାର ବରାଡ, ମାଣିତରା ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରା, ସମିତି ସଭ୍ୟ ଜୟଦେବ ପ୍ରଧାନ, ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରିନ୍ସିପାଲ ଅନୁପ କୁମାର ପଣ୍ଡା ଓ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ଜୟଦେବ ରାଉତ, ଅନିଲ କୁମାର ମହାରଣାଙ୍କ ସମେତ ମାଣିତରା ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ଟେକିନସିଆନ କାଳୀ ପ୍ରସାଦ ସାହୁ, ନର୍ସିଂ ଅଫିସର ଗଙ୍ଗା ସାହାଣୀ, ମହିଳା ସ୍ବାସ୍ଥ୍ୟ କର୍ମୀ କୃଷ୍ଣପ୍ରୀୟା ପଣ୍ଡା, ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଡାକ୍ତର ଶ୍ରୀ ବିଶ୍ୱାଳ ଆୟବ୍ୟୟର ବିବରଣୀ ପଠନ କରିବା ପରେ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା। ଗତ ଲଗାଣ ବର୍ଷାରେ ମେଡିକାଲର ପ୍ରାଚୀର ନଷ୍ଟ ହୋଇଥିବା ବେଳେ ପୁନର୍ବାର ନିର୍ମାଣ ପାଇଁ ଲୋକ ପ୍ରତିନିଧି ସମେତ ଅଧିକାରୀମାନଙ୍କୁ ପଦକ୍ଷେପ ଗ୍ରହଣ ପାଇ ଅନୁରୋଧ କରାଯାଇଥିଲା।


