ପଧାନପଡ଼ା ପଞ୍ଚାୟତରେ ସିପିଆଇ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା
ବନ୍ତ, (ଚାନ୍ଦିନୀ ମହାନ୍ତି ): ଦେଶରେ ସାମ୍ପ୍ରଦାୟିକ ଏକଛତ୍ରଵାଦୀ ବିଭାଜନ, ଘୃଣା, ହିଂସା, ଶୋଷଣ, ଅତ୍ୟାଚାର ଶାସନ ଵ୍ଯଵସ୍ଥାର ପରିବର୍ତ୍ତନ ଜରୁରୀ ନେଇ ସିପିଆଇ ପକ୍ଷରୁ ଦେଶବ୍ୟାପୀ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଚାଲିଛି। ଏହି ଅବସରରେ ବୁଧବାର ବନ୍ତ ବ୍ଲକ ପଧାନପଡା ଗ୍ରାମ ପଞ୍ଚାୟତରେ ସିପିଆଇ ବନ୍ତ ଜୋନ କମିଟି ପକ୍ଷରୁ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଶତାଧିକ ସାଥୀ ସମର୍ଥକ ମାନେ ହାତରେ ବ୍ୟାନର ଓ ଦଳୀୟ ପତାକା ଧରି ବିଭିନ୍ନ ସ୍ଲୋଗାନ ଦେଇ ଚଣ୍ଡିପୁର, ମାଳତୀରା, ପୀରସାହି, ପଧାନପଡ଼ା, ଚନ୍ଦନପୁର, ବରାଳସାହି, ପୋଖରୀ ଆଡ଼ି, ଶାସନ, ନିମପଲ୍ଲୀ, ଓଳମ, ପଦାକଣା ଆଦି ଗ୍ରାମ ପଦଯାତ୍ରା କରି ଦେଶରେ ଚାଲିଥିବା କଳୁଷିତ ବ୍ୟବସ୍ଥା ଓ କ୍ଷମତାର ପରିବର୍ତ୍ତନ ପାଇଁ ଘରକୁ ଘର ଜନ ସଚେତନତା କରିଥିଲେ l ଏହି ପଦଯାତ୍ରା ଜୋନ ସମ୍ପାଦକ ଗୋପବନ୍ଧୁ ସେଠୀ, ଜିଲା ସହ ସମ୍ପାଦକ ରମେଶ ଜେନା, ପଧାନପଡା ଶାଖା ସମ୍ପାଦକ କମଳାକାନ୍ତ ଜେନା, ଯୁବନେତା କଲିମୁଲା ଖାନ, ଫକୀରୁଦ୍ଦିନ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ନିଳୋକ ଶାଖା ସମ୍ପାଦକ ଅଭିମନ୍ୟୁ ଜେନାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା l ଏହି ପଦଯାତ୍ରାରେ “ଦେଶର ପରିବର୍ତ୍ତନ ସଂଘର୍ଷରେ ସାମିଲ ହୁଅ” ସ୍ଳୋଗାନ ସହ “ସେପ୍ଟେମ୍ଵର ୧ ଦିଲ୍ଲୀ ଚାଲ – ଦିଲ୍ଲୀ ରାମଲୀଳା ମଇଦାନରେ ” ପରିବର୍ତ୍ତନ ଜରୁରୀ ମହା ସମାବେଶ”ର ସଫଳତା ପାଇଁ ବିଭିନ୍ନ ପ୍ରକାର ଧ୍ଵନୀ ଦିଆଯାଇଥିଲା। ଏହି ଅବସରରେ ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସିପିଆଇ ରାଜ୍ଯ ସହ ସମ୍ପାଦକ ଜୟନ୍ତ ଦାସ, ଜିଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଭାସ୍କର ଚନ୍ଦ୍ର ବେହେରା, ଅରବିନ୍ଦ ବିଶ୍ଵାଳ, ପର୍ଶୁରାମ ସ୍ଵାଇଁ ପ୍ରମୁଖ ଉଦବୋଧନ ଦେଇଥିଲେ। ଏହି ପଦଯାତ୍ରା ବିଭିନ୍ନ ପଞ୍ଚାୟତରେ ଚାଲୁ ରହିବ ବୋଲି ଜୋନ ସମ୍ପାଦକ ଗୋପଵନ୍ଧୁ ସେଠୀ ସୂଚନା ଦେଇଛନ୍ତି।


