‘ହର ଘର ତ୍ରିରଙ୍ଗା–୨୦୨୬’ ଉତ୍ସବମୁଖର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ‘ହର ଘର ତ୍ରିରଙ୍ଗା–୨୦୨୬’ ଅଭିଯାନ ଉପଲକ୍ଷେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ଭବ୍ୟ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ବାଇକ୍ ରାଲି ଉତ୍ସବମୁଖର ପରିବେଶରେ ଆୟୋଜିତ ହୋଇଯାଇଛି। ସକାଳ ୮ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ବିଶାଳ ରାଲିର ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ମୋହନା ଦାଶରଥୀ ଗମାଙ୍ଗ ଯୋଗଦେଇ ତ୍ରିରଙ୍ଗା ବାଇକ୍ ରାଲିକୁ ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମୁନିଦ୍ରା ହୋନାନାଗା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ ଫଲଗୁନୀ ମାଝୀ, ଉପଜିଲ୍ଲାପାଳ, ପାରଳାଖେମୁଣ୍ଡି ଅନୁପ ପଣ୍ଡା, ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପାରଳାଖେମୁଣ୍ଡି ଅଂଶୁମାନ ମହାପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ସୋଲମନ ରାଇକା ପ୍ରମୁଖ ଯୋଗଦେଇଥିଲେ।


