ହର ଘର ତ୍ରିରଙ୍ଗାଅଭିଯାନରେ ସାମିଲ ହେଲେ ଜିଲ୍ଲାପାଳ

ଛତ୍ରପୁର,(ଓ୍ବାଇଏନଏସ): ସ୍ୱାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ ଜାତୀୟ ପତାକା ଲଗାଇ ଏହି ଅଭିଯାନ ରେ ସାମିଲ ହୋଇଛନ୍ତି l ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ନିଜ ନିଜ ଘରେ ସମ୍ମାନର ସହ ତ୍ରିରଙ୍ଗା ଲଗାଇ ଏହି ଜାତୀୟ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଜଣାଇଛନ୍ତି। ତ୍ରିରଙ୍ଗା ଆମ ଜାତୀୟ ଏକତା, ଦେଶପ୍ରେମ ଓ ଗୌରବର ପ୍ରତୀକ ହୋଇଥିବାରୁ ଏହାକୁ ସମ୍ମାନର ସହ ପ୍ରଦର୍ଶନ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ପାଇଁ ସେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ‘ହର ଘର ତ୍ରିରଙ୍ଗା’ ଅଭିଯାନ ମାଧ୍ୟମରେ ସ୍ୱାଧୀନତା ଦିବସ ପାଳନକୁ ଅଧିକ ଗୌରବମୟ କରିବା ସହ ପ୍ରତ୍ୟେକ ଘରେ ଦେଶପ୍ରେମ ଓ ଜାତୀୟତାର ଭାବନା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାର ସମସ୍ତ ନାଗରିକ ଏହି ଅଭିଯାନରେ ଉତ୍ସାହର ସହ ସାମିଲ ହୋଇ ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ