ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଯୁବତୀଙ୍କୁ ଅପହରଣ ଉଦ୍ୟମ

କଟକ, (ଓ୍ବାଇଏନଏସ): କଟକ ଶୁକରପଡ଼ା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଗଣଦୁଷ୍କର୍ମ ପରେ ଯୁବତୀଙ୍କୁ ଅପହରଣ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ମଧ୍ୟ ଏବେ ଘଟଣାକୁ ଆହୁରି ଗମ୍ଭୀର କରିଛି । ସୂଚନା ଅନୁସାରେ, ଶୁକରପଡ଼ାରୁ କେନ୍ଦ୍ରାପଡ଼ା ଅଭିମୁଖେ ଯୁବତୀ ଯେଉଁ ଗାଡ଼ିରେ ଯାଉଥିଲେ, ସେହି ଗାଡ଼ିକୁ ଜଣେ ଅଭିଯୁକ୍ତ ଜୋର ଜବରଦସ୍ତ ଚଳାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗାଡ଼ିର ଷ୍ଟିୟରିଂକୁ ନେଇ ଯୁବତୀଙ୍କ ବନ୍ଧୁ ଓ ଅଭିଯୁକ୍ତଙ୍କ ମଧ୍ୟରେ ପେଲାଠେଲା ହୋଇଥିଲା । ଏହି ସମୟରେ ଯୁବତୀଙ୍କ ଚିତ୍କାର ଶୁଣିଥିଲେ କଟିକଟା ବଜାରର ଦୁଇଜଣ ବ୍ୟବସାୟୀ । ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରିବା ସହ ପୋଲିସକୁ ଖବର ଦେଇଥିଲେ । ପରେ ଅଭିଯୁକ୍ତଙ୍କୁ ପୋଲିସ ର ଜିମା ଦିଆଯାଇଥିଲା । ଏବେ ଏହି ଘଟଣାର ପ୍ରତ୍ୟେକ ଦିଗକୁ ନେଇ ତଦନ୍ତ ଜାରି ରହିଛି । ଗଣଦୁଷ୍କର୍ମ ଅଭିଯୋଗ ପରେ ଯୁବତୀଙ୍କୁ ଅପହରଣ ଉଦ୍ୟମ ଅଭିଯୋଗ ସାମ୍ନାକୁ ଆସିବା ଘଟଣାକୁ ଆହୁରି ରହସ୍ୟମୟ କରିଛି । ତେବେ ପୁଲିସର ତଦନ୍ତ ପରେ ହିଁ ପୂରା ଘଟଣାର ସତ୍ୟତା ସ୍ପଷ୍ଟ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ