ଅବକାରୀ ବିଭାଗ ପକ୍ଷରୁ ଚୋରାମଦ ଜବତ, ୭ ଗିରଫ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର, ତାଳଚୁଆ ସାମୁଦ୍ରିକ, କୁଦାନଗରୀ, କେନ୍ଦ୍ରାପଡ଼ା ଟାଉନ, ପାଟକୁରା ଓ ମାର୍ଶାଘାଇ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଗର୍ଜଙ୍ଗା ଗ୍ରାମର ଟୁକୁନା ମଳିକ(୫୦)ଙ୍କ ନିକଟରୁ ୧୬ ଲିଟର ଚୋରା ବିଦେଶୀ ମଦ, ପିକିରାଳି ଗ୍ରାମର ଦୟାନିଧି ସେଥି(୫୫)ଙ୍କ ନିକଟରୁ ୨୦ ଲିଟର ଚୋରା ଦେଶୀ ମଦ ଏବଂ ପ୍ରଶାନ୍ତ ପ୍ରଧାନ(୫୬)ଙ୍କ ନିକଟରୁ ୨୫ ଲିଟର ଚୋରା ବିଦେଶୀ ମଦ, ଟିକାୟତ ନଗର ଗ୍ରାମର ବିଜୟ ଗିରି(୪୮)ଙ୍କ ଠାରୁ ୧୭ ଲିଟର ଚୋରା ଦେଶୀ ମଦ, ରିଘାଗଡ ଗ୍ରାମର ସଞ୍ଜୟ ମାଝୀ(୫୦)ଙ୍କ ନିକଟରୁ ୨୯ ଲିଟର ଚୋରା ବିଦେଶୀ ମଦ, ଶ୍ୟାମଗୁଡ଼ିଆ ଗ୍ରାମର ରମାକାନ୍ତ ସାହୁ(୪୮)ଙ୍କ ନିକଟରୁ ୩୧ ଲିଟର ଚୋରା ଦେଶୀ ମଦ ଓ ବେଉଳ ଗ୍ରାମର ରଞ୍ଜିିତା ମହାଳୀ(୩୪)ଙ୍କ ନିକଟରୁ ୩୮ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଥିଲା। ଉକ୍ତ ଚଢ଼ାଉରେ ସମୁଦାୟ ୧୭୬ ଲିଟର ଦେଶୀ ଓ ବିଦେଶୀ ଚୋରା ମଦ ଜବତ କରାଯାଇଥିବାବେଳେ ୭ ଜଣ ଚୋରା ମଦବେପାରୀଙ୍କୁ ଗିରଫ କରାଯାଇ ଆଇନାନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ଦୀପକ କୁମାର ଜେନା, ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, ରଞ୍ଜନ କୁମାର ପାତ୍ରଙ୍କ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଥିଲେ।


