ଜିଲ୍ଲା ପ୍ରଶାସନ ପକ୍ଷରୁ ଶହୀଦଙ୍କ ସ୍ମୃତିରେ ବିନମ୍ର ଶ୍ରଦ୍ଧାଞ୍ଜଳି

ଛତ୍ରପୁର, (ଓ୍ବାଇଏନଏସ): ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଶହୀଦଙ୍କ ସ୍ମୃତିରେ ବିନମ୍ର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ୱାଧୀନତା ସଂଗ୍ରାମୀ ସ୍ମାରକୀ ଭବନ ପରିସରରେ  ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଶହୀଦ ମାନଙ୍କ ଅମୁଲ୍ୟ ତ୍ୟାଗକୁ ମନେ ପକାଇବା ସହିତ ଦେଶର ଗୌରବ ବଢାଇବା ଲକ୍ଷ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମାରକୀ ଗୁଡିକ ପରିଦର୍ଶନ କରିବା ସହିତ ବୀର ସଂଗ୍ରାମୀଙ୍କ ଆତ୍ମ ବଳିଦାନ କୁ ମନେ ପକାଇଥିଲେ l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା,ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କଟା, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁନୀଲ ସାଇ ସୁଦର୍ଶନ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଅତିରିକ୍ତ ମନୋକ ପ୍ରଧାନ, ଏନ. ରବି ପ୍ରଧାନ ଓ ସୁରଜିତା ବେହେରା ଓ ଆସିଷ୍ଟାଣ୍ଡ କଲେକ୍ଟର ସୁଦାମ କୁମାର ସ୍ୱାଇଁ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ଙ୍କ ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ