ପାଲା ଗାୟକ ଜଗନ୍ନାଥ, ଅଭୟ ଓ ଚୈତନ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଶ୍ରୀବଳଦେବଜୀଉ ପାଲା ମଣ୍ଡଳ ଆନୁକୂଲ୍ୟରେ ତିନିମୁହାଣୀସ୍ଥିତ ଶ୍ରୀରାମମନ୍ଦିର ସମ୍ମିଳନୀ କକ୍ଷରେ ଗାୟକ ଶେଖର ଜଗନ୍ନାଥ ବେହେରା, ଗାୟକ ସମ୍ରାଟ ଅଭୟ କୁମାର ସ୍ୱାଇଁ ଓ ଗାୟକ ନଟରାଜ ଚୈତନ୍ୟ ବିଶ୍ୱାଳଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀବଳଦେବଜୀଉ ପାଲା ମଣ୍ଡଳ, କେନ୍ଦ୍ରାପଡାର ସଭାପତି ସୁଶାନ୍ତ କୁମାର ମଲିକଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାକୁ ଗାୟକସୂର୍ଯ୍ୟ ପର୍ଶୁରାମ ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୋଷାଧ୍ୟକ୍ଷ କ୍ଷୀରୋଦ କୁମାର ନାଥ ପରିଚୟ ପ୍ରଦାନ କରିଥିବା ବେଳେ ମଣ୍ଡଳ ସମ୍ପାଦକ ସୁବାସ ଚନ୍ଦ୍ର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗାୟକ ତଥା ଜିଲ୍ଲା ଉପଦେଷ୍ଟା ଚିନ୍ମୟ ଦାଶ, ରମାକାନ୍ତ ପଣ୍ଡା, ଗଗନବିହାରୀ ସିଂହ, ଦଶରଥ ରାଉତ, କୈଳାସ ଚନ୍ଦ୍ର ବଳ, ମଞ୍ଜୁବାଳା ପତି, ସୁଦର୍ଶନ ମଲିକ, ଶ୍ରୀଧର କୁମାର ସାହୁ, ଶାରଦା ପ୍ରସନ୍ନ ନାଥ, ଆରତୀ ଓଝା, ଶାନ୍ତିଲତା ଦାସ, ରଞ୍ଜିତ ବେହେରା, ପ୍ରଫୁଲ୍ଲ ଦାସ, କୁଳମଣୀ ନାୟକ ପ୍ରମୁଖ ଯୋଗଦେଇ ଦିବଂଗତ ଗାୟକମାନଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ଦିବଂଗତ ଗାୟକମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ