ନାଉଗାଁରେ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ଉଚ୍ଚ ବିଦ୍ୟାଳୟର ୧୯୬୭ ବ୍ୟାଚର ବାର୍ଷିକ ବନ୍ଧୁମିଳନ ଉତ୍ସବ ଅଲଣାହାଟ ନିକଟସ୍ଥ ବେଳବଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇଯାଇଛି । ଡା. କମଳଲୋଚନ ଦାସଙ୍କ ପୌରହିତ୍ୟରେ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ପୁରାତନ ଛାତ୍ରଛାତ୍ରୀମାନେ ଏକତିତ୍ର ହୋଇ ବୟସର ଅପରାହ୍ନରେ ସ୍କୁଲ ବନ୍ଧୁମାନଙ୍କ ସହ ସମୟ କଟାଇବାର ଉପାଦେୟତା ସଂର୍ପକରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର କମଳାକାନ୍ତ ମହାପାତ୍ର, ଡଃ ଅଜିତ କୁମାର ଦାସ, କୃଷ୍ଣଚନ୍ଦ୍ର ଦାସ,ବନମାଳୀ ପଟ୍ଟନାୟକ, ଉମେଶ ଚନ୍ଦ୍ର ମହାନ୍ତି, ମହେନ୍ଦ୍ର କୁମାର ସାହୁ, ବଂଶୀଧର ଆଚାର୍ଯ୍ୟ,ଧନେଶ୍ୱର ସାହୁ, ନିରଂଜନ ବିଶ୍ୱାଳ, ସୁଧିର ମହାନ୍ତି,ଯୁଗଳ କିଶୋର ମହାନ୍ତି ସମେତ ଅନ୍ୟ ବନ୍ଧୁମାନେ ଉପସ୍ଥିତ ଥିଲେ । ସେହିପରି କଂଟୁଣିଆହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଉକ୍ତ ସ୍କୁଲର ୧୯୯୧ ମସିହା ବ୍ୟାଚର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବ୍ୟାଚର ଛାତ୍ର ଲଳିତ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପରମାନନ୍ଦ ମହାପାତ୍ର, ମୁଖ୍ୟବକ୍ତା ଭାବେ ଜାମୁଗାଁ ସରପଂଚ ଲଲାଟେନ୍ଦୁ ପରିଡା, ସମ୍ମାନୀତ ଅତିଥି ଭାବେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋସ୍ନା ପଟ୍ଟନାୟକ,ପ୍ରାକ୍ତନ ଶିକ୍ଷକ କମଳାକାନ୍ତ ସାହୁ,ଦାମୋଦର ଭୋଳ,ସାଧୁଚରଣ ଲେଙ୍କା, ବୁଲାକୀ ଚରଣ ସେଠୀଙ୍କ ସମେତ ଅନ୍ୟ ଶିକ୍ଷକମାନେ ଯୋଗ ଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୋ ବିଦ୍ୟାଳୟ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ପାରିପାର୍ଶ୍ୱିକ ଉନ୍ନତି ସମ୍ବନ୍ଧରେ ଆଲୋଚନା କରାଯିବା ସହିତ ନିଜସ୍ୱ ଅର୍ଥରେ ଏକ ସାଇକେଲ ଷ୍ଟାଣ୍ଡ ନିର୍ମାଣ କରାଯିବା ପାଇଁ ସ୍ଥିର କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ଶୁଭବ୍ରତ ମହାନ୍ତି, କ୍ଷୀରୋଦ ସାହୁ, ବିଧାନ ଦାସ, ବବିନୋଦ ପରିଡା, ବିଜୟରାମ ଲେଙ୍କା, କ୍ଷମାଶୀଳ ପାଢୀ,ପ୍ରତିମା ରାୟ,ପ୍ରଣତୀ ଭୋଳ, କବିତା ମହାନ୍ତି, ନନ୍ଦିନୀପ୍ରଭା ଦାସ, ସବିତା ପ୍ରଧାନଙ୍କ ସମେତ ୧୦୦ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ