ଗ୍ରାମୀଣ ଡାକସେବକ ସଂଘର ଦ୍ୱିବାର୍ଷିକ ସମ୍ମିଳନୀ
ଆସିକା (ୱାଇଏନ୍ଏସ୍): ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘର ଦ୍ୱିବାର୍ଷିକ ସମ୍ମିଳନୀ ସ୍ଥାନୀୟ କାଳଷଣ୍ଢପୁର ସ୍ଥିତ ମେରୁମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ଆସିକା ଡାକମଣ୍ଡଳର ସଭାପତି ରବିନ୍ଦ୍ରନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଦ୍ୱିବାର୍ଷିକ ସମ୍ମିଳନୀରେ ସଂଘର ପରିମଣ୍ଡଳ ସଂପାଦକ ଶରତ ଚନ୍ଦ୍ର ମାନସିଂହ, ପରିମଣ୍ଡଳ କୋଷାଧ୍ୟକ୍ଷ ବିଜୟ କୁମାର ଦାଶ, ଆସିକା ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘର ତୃତୀୟ ଶ୍ରେଣୀ ପୂର୍ବତନ ସଂପାଦକ ବସନ୍ତ କୁମାର ପାଠୀ, ସଂପାଦକ ରବିନାରାୟଣ ଚୌଧୁରୀ, ପୋଷ୍ଟମ୍ୟାନ୍ ଏବଂ ଏମ୍ଟିଏସ୍ ସଂଘର ସଂପାଦକ ସନ୍ତୋଷ କୁମାର ସାହୁ, ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ଆସିକା ଡାକମଣ୍ଡଳର କୋଷାଧ୍ୟକ୍ଷ ଗୋଲକ ଚନ୍ଦ୍ର ବେହେରା ଓ ସଂପାଦକ ରଜନୀକାନ୍ତ ଗନ୍ତାୟତ ପ୍ରମୁଖ ଯୋଗଦେଇ ସଂଗଠନକୁ ସୁଦୃଢ କରିବା ପାଇଁ ନିଷ୍ଠାପର ଉଦ୍ୟମର ଆବଶ୍ୟକତା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଗ୍ରାମୀଣ ଡାକସେବକ ସଂଘର ଏହି ଦ୍ୱିବାର୍ଷିକ ସମ୍ମିଳନୀରେ ଲକ୍ଷ୍ୟଧାର୍ଯ୍ୟ ପୂରଣ ନାମରେ ଗ୍ରାମୀଣ ଡାକସେବକଙ୍କୁ ଦିଆଯାଉଥିବା କାର୍ଯ୍ୟକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରାଯିବା ସାଙ୍ଗକୁ ଗ୍ରାମୀଣ ଡାକସେବକମାନଙ୍କୁ ଦୈନିକ ୮ ଘଣ୍ଟା କାର୍ଯ୍ୟରେ ନିୟୋଜିତ କରି ସ୍ଥାୟୀ ନିଯୁକ୍ତି ଦେବା, ଅଷ୍ଟମ ବେତନ କମିଶନରେ ସାମିଲ୍ କରିବା, ସାଇକେଲ୍ ଭତ୍ତା ପ୍ରଦାନ କରିବା, ଅବସରପ୍ରାପ୍ତ ଗ୍ରାମୀଣ ଡାକସେବକମାନଙ୍କୁ ପେନସନ୍ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା, ଡାକଘର ଗୁଡିକରେ ଖାଲି ପଡିଥିବା ପଦବୀ ଗୁଡିକ ପୂରଣ କରିବା, ଡାକବିଭାଗକୁ ଘରୋଇକରଣ କରିବା ପାଇଁ ଚାଲିଥିବା ପ୍ରୟାସକୁ ବନ୍ଦ କରିବା ସମେତ ବିଭିନ୍ନ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଓ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ଦେଖିବାକୁ ମିଳିଥିଲା । ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ଆସିକା ମଣ୍ଡଳର ଏହି ଦ୍ୱିବାର୍ଷିକ ସମ୍ମିଳନୀରେ ଆଗାମୀ ଦୁଇ ବର୍ଷ ପାଇଁ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ଆସିକା ମଣ୍ଡଳର ସଭାପତି ରୂପେ ରବିନ୍ଦ୍ରନାଥ ପଣ୍ଡା, ଉପସଭାପତି ରୂପେ ଭଗବାନ ଆଚାର୍ଯ୍ୟ, ବାଇନାଥ ପ୍ରଧାନ, ରୁଦ୍ରନାରାୟଣ ପୋଲାଇ, ରଂଜନ କୁମାର ନାୟକ, ସଂପାଦକ ରୂପେ ରଜନୀକାନ୍ତ ଗନ୍ତାୟକ, ସହସଂପାଦକ ରୂପେ ସାନ୍ତୁନୁ କୁମାର ମହାପାତ୍ର, ଏସ୍.ଶିବାଜୀ ଦୋରା, ଏମ୍ଏସ୍ ଅଭିଷେକ, ମନୋଜ କୁମାର ସେଠୀ, କୋଷାଧ୍ୟକ୍ଷ ରୂପେ ଗୋଲକ ଚନ୍ଦ୍ର ବେହେରା, ସହ-କୋଷାଧ୍ୟକ୍ଷ ରୂପେ ଶିବାନନ୍ଦ ପାଢୀ, ସାଂଗଠନିକ ସଂପାଦକ ରୂପେ ପିତବାସ ପ୍ରଧାନ, ଶିବରାମ ସାହୁ, ମନୋଜ କୁମାର ଛଟେଇ, କୈଳାଶ ଡାକୁଆ, ରଂଜନ ଜେନା, ନିରାକାର ସାହୁ, ରାଜେନ୍ଦ୍ର ଖୁଣ୍ଟିଆ, ବାଣିଶ୍ରୀ ଶତପଥୀ, ସୁଜାତା ଗୌଡଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି । ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ ଆସିକା ମଣ୍ଡଳର ଏହି ଦ୍ୱିଦିନିଆ ଦ୍ୱିବାର୍ଷିକ ସମ୍ମିଳନୀରେ ସଂଘର ସଦସ୍ୟ ଦିଲୀପ କୁମାର ସ୍ୱାଇଁ, କୃଷ୍ଣଚନ୍ଦ୍ର ନାୟକ, ସ୍ୱପ୍ନା କୁମାରୀ ବେହେରା, ପ୍ରିୟଙ୍କା ପାଣିଗ୍ରାହୀ, ଜ୍ୟୋତିପ୍ରଭା ସ୍ୱାଇଁ, ଲିସାରାଣୀ ସାହୁ, ଯସ୍ମିନ୍ ପାଢୀ, ଲିପ୍ସା ପ୍ରିୟଦର୍ଶିନୀ ତ୍ରିପାଠୀ, ପବିତ୍ର ବେହେରା, କୈଳାଶ ଚନ୍ଦ୍ର ଡାକୁଆ, ସନ୍ତୋଷ କୁମାର ସେଠୀ, ସୁରଜ୍ କୁମାର ବେହେରା, ମନୋଜ କୁମାର ଡାକୁଆ, ଶ୍ୟାମସୁନ୍ଦ୍ର ପାତ୍ରଙ୍କ ସମେତ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ସଦସ୍ୟ ଓ ସଦସ୍ୟା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ।


